ଖୁବ୍‍ଶୀଘ୍ର ମାଆ ହେବେ ଶ୍ରେୟା, ଫଟୋ ଶେୟାର କରି କହିଲେ ଶିଶୁର ନାଁ

ନୂଆଦିଲ୍ଲୀ: ବଲିଉଡ଼ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଓ ତାଙ୍କ ସ୍ୱାମୀ ଶିଲାଦିତ୍ୟ ମୁଖୋପାଧ୍ୟାୟ ଖୁବଶୀଘ୍ର ମାଆ-ବାପା ହେବାକୁ ଯାଉଛନ୍ତି। ଶ୍ରେୟା ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ଏହି ଖୁସିଖବର ଦେଇଛନ୍ତି। ଟ୍ୱିଟରରେ ନିଜର ଏକ ଫଟୋ ଶେୟାର କରି ସେ ଲେଖିଛନ୍ତି, ବେବି ଶ୍ରେୟାଦିତ୍ୟ ଆସୁଛି। ଶିଲାଦିତ୍ୟ ଏବଂ ମୁଁ ଏହି ଖବରକୁ ଆପଣମାନଙ୍କ ସହ ଶେୟାର କରି ଖୁବ୍‍ ଖୁସି ଅନୁଭବ କରୁଛୁ। ଆମ ଜୀବନର ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ ପାଇଁ ଆପଣଙ୍କ ଭଲପାଇବା ଓ ଆଶୀର୍ବାଦ କାମ୍ୟ। ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ଖୁବ୍‍ ଖୁସି ହେବା ସହ ଉଭୟ ପତି-ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବଲିଉଡ଼ ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 
ସୂଚନାଯୋଗ୍ୟ, ୨୦୧୫ରେ ଶ୍ରେୟା ଶିଲାଦିତ୍ୟଙ୍କୁ ବିବାହ କରିଥିଲେ। ଦୁହେଁ ଦୁହିଁଙ୍କୁ ପିଲାଦିନୁ ଜାଣିଥିଲେ।

Comments are closed.