ଶ୍ରୀ ମନ୍ଦିର ସଂସ୍କାର : ୨୦ରେ ପୁରୀ ଆସିବେ ଆମିକସ କ୍ୟୁରି

0

ନୂଆଦିଲ୍ଲୀ : ପୁରୀ ଶ୍ରୀ ମନ୍ଦିରରେ ସଂସ୍କାର ପାଇଁ ପଦକ୍ଷେପ ସ୍ୱରୂପ ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା ଆମିକସ୍‍ କ୍ୟୁରି ଆସନ୍ତା ୨୦ତାରିଖରେ ପୁରୀ ଆସିବେ। ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା ଆମିକସ୍‍ କ୍ୟୁରି ଗୋପାଳ ସୁବ୍ରମଣ୍ୟ ପୁରୀ ଆସି ଗଜପତି ମହାରାଜା, ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଶ୍ରୀମନ୍ଦିର ପ୍ରଶାସକ, ଛତିଶା ନିଯୋଗ ସହିତ ଆଲୋଚନା କରିବେ। ଆସନ୍ତା ୨୧ ଓ ୨୨ତାରିଖ ଦୁଇଦିନ ଧରି ସେ ସୁପ୍ରିମକୋର୍ଟଙ୍କ ୧୨ଟି ପ୍ରସ୍ତାବ ଉପରେ ଆଲୋଚନା କରିବେ। ଦାନ ଓ ଦକ୍ଷିଣା ଏବଂ ବଂଶାନୁକ୍ରମିକ ପୂଜା ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

Leave A Reply