ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ,ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଭିତର ଫଟୋ ପୁଣିଥରେ ଭାଇରାଲ ହୋଇଛି। ଉତ୍ତରପ୍ରଦେଶର ଜଣେ ଯୁବତୀ ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ ଛାଡିଥିବା ଜଣାପଠିଛି। ଯୁବତୀଙ୍କ ନାମ ନିଧି ଶୁକ୍ଲା ହୋଇଥିବା ବେଳ ତାଙ୍କ ଘର ଉତ୍ତରପ୍ରଦେଶର ବାରବାଙ୍କୀ ବୋଲି ଜଣାପଡିଛି। ନିଧି ତାଙ୍କର ଫେସବୁକରେ ପୋଷ୍ଟ କରିଥିବା ଶ୍ରୀମନ୍ଦିର ଫଟୋ ଏବଂ ସେବାୟତମାନେ ଶ୍ରୀମନ୍ଦିରରେ ବାନା ବାନ୍ଧିବାକୁ ଯାଇଥିବାର ଭିଡିଓକୁ ନେଇ ତନାଘନା ଆରମ୍ଭ ହୋଇଛି।

ତେବେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେବା ବର୍ତ୍ତମାନ ନୂଆ ଘଟଣା ହୋଇନାହିଁ। ବାରମ୍ବାର ଏପରି ହେଉଥିବା ବେଳ ଶ୍ରୀମନ୍ଦିର ପ୍ରଶାସନ କଣ କରୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାରମ୍ବାର ଶ୍ରୀମନ୍ଦିର ଭିତର ବେଢାର ଫଟୋ ଏବଂ ଭିଡିଓ ଭାଇରାଲ ହେବା ଫଳରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ସେମାନଙ୍କ ମନରେ ଆଘାତ ଲାଗିଛି।

Comments are closed.