ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କଲେ ଏଏସଆଇ ଟିମ୍

୧୦ ଦିନ ଭିତରେ ଶେଷ ହେବ ରୋଷଘର ଚଟାଣ ମରାମତି କାର୍ଯ୍ୟ

ପୁରୀ : ଶ୍ରୀମନ୍ଦିରର ଗର୍ଭଗୃହରେ ପ୍ରବେଶ କରି ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ୧୩ ଜଣିଆ ଟିମ୍ ରବିବାର ଯାଞ୍ଚ କରିଛନ୍ତି । ଏହି ଟିମ୍ ଜଗମୋହନ, ନାଟମଣ୍ଡପ ଓ ଅନ୍ୟାନ୍ୟ ଦୁର୍ବଳ ସ୍ଥାନ ଯାଞ୍ଚ କରିଛନ୍ତି । ସେହିପରି କଳାହାଟ ଦ୍ୱାର ରୂପାଛାଉଣୀ ଅନୁଧ୍ୟାନ କରିଛନ୍ତି । ଏହି ଟିମ୍ ରେ ଚେନ୍ନାଇ ଆଇଆଇଟି ପ୍ରଫେସର ଅରୁଣ ମେନନ୍, ଦିଲ୍ଲୀର ସଂରକ୍ଷଣ ଅଧିକ୍ଷଣ ଯନ୍ତ୍ରୀ ଇଂ ଭୀମା ଓ ଏଏସଆଇର ଓଡ଼ିଶା ମୁଖ୍ୟ ଅରୁଣ ମଲ୍ଲିକ, କେମିକାଲ ଇଂଜିନିୟର ରଞ୍ଜନ ପୁଷ୍କର, ରାଜ୍ୟ ପୁର୍ତ୍ତ ବିଭାଗ ଅଧିକାରୀ ପ୍ରମୁଖ ଏହି ଅନୁଧ୍ୟାନରେ ସାମିଲ ହୋଇଥିଲେ। ରୋଷଘର ଚଟାଣ ମରାମତି କାର୍ଯ୍ୟ ୧୦ ଦିନ ଭିତରେ ଶେଷ ହେବ ବୋଲି ଏଏସଆଇର ଓଡ଼ିଶା ମୁଖ୍ୟ ଶ୍ରୀ ମଲ୍ଲିକ ସୂଚନା ଦେଇଥିଲେ । ଏଥି ସହିତ ଜଗମୋହନ ଓ ନାଟ ମଣ୍ଡପର ସ୍ଥିତି ଠିକ୍ ଥିବା ସେ କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ, କଳାହାଟ ଦ୍ୱାରର ରୂପା ଛାଉଣୀ କାର୍ଯ୍ୟ ଶୀଘ୍ର ଶେଷ ହେବ। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ସିସିଟିଭି ଲାଗିବା ନେଇ ଏଏସଆଇ ଡିଜିଙ୍କୁ ଚିଠି ଲେଖାଯାଇଛି । ଅନୁମତି ମିଳିବା ପରେ ଖୁବ୍ ଶୀଘ୍ର ସିସିଟିଭି ଲଗାଯିବ ।

Comments are closed.