ଶ୍ରଦ୍ଧାଙ୍କୁ ଡ଼େଙ୍ଗୁ : ଅଧାରେ ପଡ଼ି ରହିଲା ସାଇନାଙ୍କ ବାୟୋପିକ୍

0

ମୁମ୍ବଇ : ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅସୁସ୍ଥତା ଯୋଗୁଁ ବ୍ୟାଡ଼ମିଣ୍ଟନ୍ ଚାମ୍ପିଅନ୍ ସାଇନା ନେହୱାଲଙ୍କ ବାୟୋପିକ୍ ର ସୁଟିଂ ବନ୍ଦ ରହିଛି।

ସୂଚନା ଅନୁସାରେ, ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ଶ୍ରଦ୍ଧାଙ୍କୁ ଡେଙ୍ଗୁ ଜ୍ୱର ହୋଇଥିବା ଜଣାପଡ଼ିଥିଲା। ଏ ବିଷୟରେ ଜାଣିବା ପରେ ସେପ୍ଟେମ୍ବର ୨୭ ତାରିଖରେ ଶ୍ରଦ୍ଧା ଚଳଚ୍ଚିତ୍ରର ସୁଟିଂ ବନ୍ଦ କରି ଦେଇଥିଲେ। ତେବେ ସେ ଖୁବ୍‍ଶୀଘ୍ର ସୁସ୍ଥ ହୋଇ ସୁଟିଂ ସେଟ୍ କୁ ଫେରିବେ ବୋଲି ଜଣାପଡ଼ିଛି।

ଚଳିତ ବର୍ଷ ଶ୍ରଦ୍ଧାଙ୍କୁ ଦୁଇଟି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି। ସାହିଦ୍ କପୁରଙ୍କ ଅଭିନୀତ ‘ବତୀ ଗୁଲ୍ ମିଟର୍ ଚାଲୁ’ ଓ ରାଜକୁମାର ରାଓଙ୍କ ‘ସ୍ତ୍ରୀ’ ଫିଲ୍ମରେ ଶ୍ରଦ୍ଧା ନଜର ଆସିଥିଲେ। ତେବେ ଗତ କିଛିଦିନ ହେବ ସେ ସାଇନା ନେହୱାଲଙ୍କ ବାୟୋପିକ୍ ସୁଟିଂ କରୁଥିଲେ ଓ ଆଗକୁ ପ୍ରଭାସଙ୍କ ଅଭିନୀତ ଆକ୍ସନ ଫିଲ୍ମ ‘ସାହୋ’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ।

Leave A Reply