ଆକାଶବାଣୀ ସମ୍ବାଦ ପାଠକ ବସନ୍ତ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଆଠଗଡ : ଆକାଶବାଣୀ ଦିଲ୍ଲୀର ପ୍ରାକ୍ତନ ଓଡିଆ ସମ୍ବାଦ ପାଠକ, ବିଶିଷ୍ଟ କ୍ରୀଡାବିତ୍‍, ନାଟ୍ୟ କଳାକାର ଓ ନିର୍ଦ୍ଦେଶକ ତଥା ସମାଜସେବୀ ବସନ୍ତ କୁମାର ପଟ୍ଟନାୟକଙ୍କ ଏକାଦଶାହରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ସ୍ୱର୍ଗତ ପଟ୍ଟନାୟକଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ର ତଥା ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପ ସଭାପତି ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ବରିଷ୍ଠ ବିଜେପି ନେତା ବ୍ରଜେନ୍ଦ୍ର କୁମାର ରାୟ, ବିଭୁଦତ୍ତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ବିଭୂତି ଭୂଷଣ ମିଶ୍ର, ଅକ୍ଷୟ କୁମାର ତୁଙ୍ଗସାମନ୍ତ, ଏଟିବିଏନ ଓକିଲ ସଂଘର ସଭାପତି ଫଣିଭୂଷଣ ରଥ, ସମାଜସେବୀ ଦେବଦତ୍ତ ପଟ୍ଟନାୟକ, ରାଜ୍ୟ ପେଟ୍ରୋଲ ପମ୍ପ ଡିଲର ସଂଘର ସଭାପତି ବିଶ୍ୱଜିତ୍‍ ପଟ୍ଟନାୟକ, ଉପସବାପତି ଚନ୍ଦ୍ର ଶେଖର ପଟ୍ଟନାୟକ, ଆଇନଜୀବୀ ରାଜେନ୍ଦ୍ର କୁମାର ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିବା ସହ ତାଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଆସିନପାରି ଶୋକବାର୍ତ୍ତା ପଠାଇଥିଲେ। ସ୍ୱର୍ଗତ ପଟ୍ଟନାୟକଙ୍କ ବଡପୁଅ ସବ୍ୟସାଚୀ ଓ ସାନପୁଅ ସାମ୍ବାଦିକ ପାର୍ଥସାରଥୀ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ କୃତଜ୍ଞତା ଜଣାଇଥିଲେ।

Comments are closed.