ନବରଙ୍ଗପୁର ଆଇନଜୀବୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା

ନବରଙ୍ଗପୁର: ଜିଲା ଅଦାଲତ ଓ ଜିଲା ଆଇନଜୀବୀ ସଂଘର ମିଳିତ ଆନକୁକୂଲ୍ୟରେ ନବରଙ୍ଗପୁରର ବରିଷ୍ଠ ଆଇନଜୀବୀ ତାରିଣୀ ଚରଣ ପାଡୀ (୭୪)ଙ୍କର ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା। ଜିଲାର ସମସ୍ତ ଅଦାଲତ ଦିନକ ପାଇଁ ବନ୍ଦ ରଖାଯାଇଥିଲା। ସ୍ୱର୍ଗତ ପାଢୀ ଭାରତୀୟ ଷ୍ଟେଟବ୍ୟାଙ୍କର ଶାଖା ପରିଚାଳକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ ପରେ ଆଇନଜୀବୀ ଭାବରେ କାର୍ଯ୍ୟ କରିଥିଲେ। ସେ ଗରୀବ ମହକିଲମାନଙ୍କୁ ବିନାମୂଲ୍ୟରେ ଆଇନସେବା ପ୍ରଦାନ କରୁଥିଲେ। ଉମରକୋଟ ସ୍ଥିତ ଗୁରୁକୃପା ଶିକ୍ଷାନୁଷ୍ଠାନର ସେ ସଭାପତି ଥିଲେ। ସେ ଦୀର୍ଘଦିନର ଚିକିତ୍ସା ପରେ ଉମରକୋଟ ଡାକ୍ତରଖାନାରେ ୧୪ ତାରିଖ ରେ ତାଙ୍କର ପରଲୋକ ହୋଇଛି। ସଂଘର ସଭାପତି ଅଶୀଷ ରଞ୍ଜନ ପଟନାୟକଙ୍କର ଅଧ୍ୟକ୍ଷତାରେ ସମ୍ପାଦକ ରାମ ପ୍ରସାଦ ପାତ୍ର ମଞ୍ଚ ପରିଚାଳନା କରିଥିଲେ। ଜିଲା ଜଜ୍‍ ଅଶୋକ କୁମାର ପଣ୍ଡା, ପରିବାର ଅଦାଲତ ବିଚାରପତି ସଞ୍ଜୟ କୁମାର ସାହୁ, ସିଜେଏମ ତଥା ବରିଷ୍ଠ ଦେୱାନୀ ବିଚାରପତି ରାଜକିଶୋର ଜେନା, ରେଜିଷ୍ଟ୍ରର ଅପର୍ଣ୍ଣା ମହାପାତ୍ର, ଜିଲା ଆଇନସେବା ପ୍ରାଧିକରଣର ସମ୍ପାଦିକା ଅର୍ଣ୍ଣପୂର୍ଣ୍ଣା ନାୟକ, ଏସଡିଜେଏମ ପ୍ରିୟରଞ୍ଜନ ଓଝା, ପ୍ରଥମଶ୍ରେଣୀ ବିଚାରପତି ସୁମନ୍ତ କୁମାର ପଟନାୟକ, ଓ ଆର୍ଯ୍ୟାବାଳା ତ୍ରିପାଠୀ, ସଂଘର ଉପସଭାପତି ପ୍ରତାପ ପଣ୍ଡା, ଯୁଗ୍ମ ସମ୍ପାଦକ ସନ୍ତୋଷ ନାୟକ, କାର୍ଯ୍ୟକାରିଣୀ ସଦସ୍ୟ ମୀନାକ୍ଷୀ ପାଢୀ, ପ୍ରଦୀପ ସାହୁ, ବାଲାଜୀ ପ୍ରସାଦ ମିଶ୍ରଙ୍କର ସମେତ ବହୁ ଆଇନଜୀବ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ସ୍ୱର୍ଗତ ପାଢୀଙ୍କର ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Comments are closed.