ବଡ଼ ପରଦାରେ ନାଗିନ୍‍ ଭୂମିକାରେ ନଜର ଆସିବେ ଶ୍ରଦ୍ଧା କପୁର

ମୁମ୍ବଇ : ବଲିଉଡର ଚର୍ଚ୍ଚିତ ନାୟିକା ଶ୍ରଦ୍ଧା କପୁର ଏବେ ନିଜର ଆଗକୁ ଆସିବାକୁ ଥିବା ଚଳଚ୍ଚିତ୍ର ପାଇଁ ଚର୍ଚ୍ଚାରେ ରହିଛନ୍ତି। ଖୁବ ଶୀଘ୍ର ସେ ବଡ ପରଦାରେ ନାଗିନ୍‍ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନାମ ନାଗିନ ହେବ ବୋଲି କୁହାଯାଉଛି। ଏହା ୩ଟି ଚଳଚ୍ଚିତ୍ରର ସିରିଜ ହେବ।
ଏହି ଚଳଚ୍ଚିତ୍ରକୁ ବିଶାଲ୍‍ ଫୁରିୟା ନିର୍ଦ୍ଦେଶନା ଦେଉଥିବା ବେଳେ ନିଖିଲ୍‍ ଦ୍ୱିବେଦୀ ଏହାର ପ୍ରଯୋଜକ। ବହୁ ସମୟ ପରେ ରୂପେଲୀ ପରଦାରେ ପୁଣି ଥରେ ଇଚ୍ଛାଧାରୀ ନାଗିନ୍‍ ଦେଖିବାକୁ ମିଳିବ।
ଏହାପୂର୍ବରୁ ରୀନା ରାୟ ଓ ଶ୍ରୀଦେବୀ ମଧ୍ୟ ଇଚ୍ଛାଧାରୀ ନାଗିନ୍‍ ଭୂମିକାରେ ଅଭିନୟ କରିସାରିଛନ୍ତି।
ଏହି ଚଳଚ୍ଚିତ୍ରକୁ ନେଇ ଶ୍ରଦ୍ଧା କପୁର ଟ୍ୱିଟ ଯୋଗେ ଜଣାଇଛନ୍ତି, ପରଦାରେ ନାଗିନ୍‍ ର ଭୂମିକା କରିବା ପାଇଁ ମୁଁ ଖୁବ ଖୁସି । ମୁଁ ଶ୍ରୀଦେବୀଙ୍କର ନାଗିନ୍‍ ଚଳଚ୍ଚିତ୍ରର ଖୁବ ବଡ଼ ପ୍ରଂଶସକ। ଏଭଳି ଏକ ଭୂମିକା କରିବା ପାଇଁ ସର୍ବଦା ଇଚ୍ଛୁକ ଥିଲି। ଏହି ଭୂମିକା ବଡ଼ ପରଦା ହେଉ ଅଥବା ଟିଭିରେ ସର୍ବଦା ଲୋକପ୍ରିୟ ହୋଇଥାଏ।

Comments are closed.