ପାକିସ୍ତାନରେ ଚିନି ସଙ୍କଟ

କରାଚୀ : ପାକିସ୍ତାନରେ ଚିନି ସଙ୍କଟ ଦେଖାଦେଇଛି। ଏହି ସଙ୍କଟ ଏମିତି ହୋଇଛି ଯେ ଚିନି କିଣିବାକୁ ଲୋକ ଲମ୍ବା ଧାଡି ଲଗାଉଛନ୍ତି। ଜଣେ ବ୍ୟକ୍ତି ଚିନି କିଣିବା ପରେ ଦ୍ବିତୀୟ ଥର ସେ ଯେପରି ଚିନି କିଣି କଳାବଜାରୀ କରିପାରିବେ ନାହିଁ ସେଥିପାଇଁ ତାଙ୍କ ହାତରେ କଳା ଚିହ୍ନ ଲଗାଯାଉଛି। ନିଜ ପଦ ବଞ୍ଚାଇବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତରୁ ଚିନି ଏବଂ କପା ଆମଦାନୀକୁ ନିଷିଦ୍ଧ କରିଥିଲେ, କିନ୍ତୁ ପାକିସ୍ତାନୀ ଲୋକଙ୍କୁ ଏବେ ଏଥିପାଇଁ ଅଧିକ ମୂଲ୍ୟ ଦେବାକୁ ପଡୁଛି। ପାକିସ୍ତାନରେ ଏବେ ରମଜାନ ମାସ ଚାଲିଛି, ଏଭଳି ପରିସ୍ଥିତିରେ ଚିନିର ଆବଶ୍ୟକତା ଆହୁରି ବଢିଯାଇଛି। ପାକିସ୍ତାନରେ ଚିନି ମୂଲ୍ୟ ଆକାଶଛୁଆଁ ହୋଇଥିବାବେଳେ ଏବେ ମୂଲ୍ୟ କିଲୋଗ୍ରାମ ପିଛା ୧୨୦ ଟଙ୍କାରୁ ୧୫୦ ଟଙ୍କା ରହିଛି। ଅନ୍ୟ ପଟେ ଇମ୍ରାନଙ୍କ ଏହି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ସମାଲୋଚନା କରିଛନ୍ତି।

Comments are closed.