ମୁକ୍ତିଲାଭ କଲା କ୍ଷୁଦ୍ର ଚଳଚିତ୍ର  ‘କରୋନାର ଖେଳ ଅମାନିଆର କାଳ’ 

ଗୁଣପୁର: ସାମ୍ପ୍ରତିକ କରୋନା ଜନିତ ମହାମାରିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଯୁବଗୋଷ୍ଠୀ ପକ୍ଷରୁ ‘କରୋନାର ଖେଳ ଅମାନିଆର କାଳ’ ଶୀର୍ଷକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି, ଯାହା ଆଜି ୟୁଟ୍ୟୁବରେ ମୁକ୍ତି ଲାଭ କରିଛି। ଏହାର ମୁକ୍ତିଲାଭ ଉତ୍ସବରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ‘କରୋନାର ଖେଳ ଅମାନିଆର କାଳ’ ଶୀର୍ଷକ ଏକ କ୍ଷୁଦ୍ର ଚଳଚ୍ଚିତ୍ରର ନିର୍ଦେଶନା ସିଏଚ ଗଣେଶ ଦେଇଥିବା ବେଳେ ସରିତା ସେନାପତି ରଚନା ଓ ସଂଳାପ ଦାୟିତ୍ୱ ତୁଲାଇଛନ୍ତି।

 

ସମ୍ପୂର୍ଣ୍ଣ କରୋନା ସଚେତନତା କୁ ଆଧାର କରି ଏହି ଚଳଚିତ୍ର ପ୍ରସ୍ତୁତ କରାଯାଇଥିବା ଜଣାପଡିଛି। ଚଳଚିତ୍ରରେ ବିଭିନ୍ନ ଭୂମିକାରେ ରମେଶ ଚନ୍ଦ୍ର ଲିମା, ଟିଙ୍କୁ ପଣ୍ଡା, ଦୀପକ ପଣ୍ଡା, କୈଳାଶ ବଡ଼ ପନ୍ଦରା, ଶ୍ରୀକାନ୍ତ ମହାପାତ୍ର, ଭାସ୍କର ଶବର, କୁନା ଶବର ଏବଂ ସୁନିତା ପଣ୍ଡା ଅଂଶ ଗ୍ରହଣ କରିଛନ୍ତି।

Comments are closed.