ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ, ଜଳିଗଲା ୫ବଖରା ଘର

ଯାଜପୁର : ସର୍ଟ ସର୍କିଟ ଯୋଗୁ  ୫ବଖରା ଘର ଜଳିଯାଇଛି । ବୁଧବାର ଅପରାହ୍ନରେ ଯାଜପୁର ଜିଲ୍ଲା ବରୀ ବ୍ଲକ ଭଅଁରା ପଞ୍ଚାୟତ ସଙ୍ଗୁଅ ଗଦେଇପୁର ଗାଁରେ ଏହି ଅଗ୍ନିକାଣ୍ଡ ଘଟିଛି । ଫଳରେ ସମସ୍ତ ଆସବାବପତ୍ର ଓ ଘରର ଜିନିଷ ପୋଡି ପାଉଁଶ ହୋଇଯାଇଛି । ଏହି ଗ୍ରାମର ନବଘନ ରାଉତ ଓ ଲାଲବିହାରୀ ରାଉତଙ୍କ ଘରେ ହଠାତ ନିଆଁ ଲାଗିଯାଥିଲା । ଖବର ପାଇ ବରୀ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Comments are closed.