ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ରାସ୍ତାକଡ଼ରୁ ହଟିଲା ପନିପରିବା ଦୋକାନ

ରାମନାଗୁଡା: ମହାମାରୀ କରୋନାକୁ ନେଇ ସାରାବିଶ୍ବରେ ହାହାକାର ସୃଷ୍ଟି ହୋଇଥିବା ବେଳେ ରାମନାଗୁଡା ବ୍ଲକ ନିକଟସ୍ଥ ଆନ୍ଧ୍ର-ଓଡ଼ିଶା ସଂଯୋଗ କରୁଥିବା ଛକ ନିକଟରେ ମୁଖ୍ୟରାସ୍ତା କଡ଼ରେ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ଉଠା ପରିବା ଦୋକାନୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସ୍ଥିତ ମୁଖ୍ୟବଜାର ନିକଟରେ ଉଠା ପରିବା ଦୋକାନୀକୁ ସ୍ଥାନୀୟ ଜନସାଧାରଣ ଓ ପରିବାଦୋକାନୀଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପୋଲିସ ଓ ଭାରାପ୍ରାପ୍ତ ତହସିଲଦାର ଫଡ୍ରିନାଲ ଏକ୍କାଙ୍କ ତରଫରୁ ରାସ୍ତାକଡରୁ ପରିବାଦୋକାନୀଙ୍କୁ ହଟାଇ ନିକଟସ୍ଥ ବସଷ୍ଟାଣ୍ଡ ନିକଟରେ ଥଇଥାନ କରାଯାଇଛି। ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନଙ୍କ ନେତୃତ୍ବରେ ସ୍ଥାନୀୟ ପୋଲିସ ତରଫରୁ ରାସ୍ତାକଡରୁ ଉଠାପରିବା ଦୋକାନୀଙ୍କୁ ହଟାଯାଇ ସ୍ଥାନୀୟ ବସଷ୍ଟାଣ୍ଡ ନିକଟରେ ଅବସ୍ଥାନ କରିଥିଲେ। ମୁଖ୍ୟ ବଜାର ଛକ ନିକଟରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ସହ ଲୋକଙ୍କ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି କାରଣରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଏନେଇ ଅନେକ ଲୋକେ ଏପରି ପଦକ୍ଷେପକୁ ସ୍ବାଗତ କରିଥିବା ବେଳେ କିଛି ଉଠାଦୋକାନୀ ଏପରି ପଦକ୍ଷେପ ସ୍ବାଗତ କରିଥିବା ବେଳେ ଆଉ କିଛି ନାପସନ୍ଦ କରିଛନ୍ତି।

Comments are closed.