ନିୟମ ଉଲଂଘନ କରି ତଣ୍ଡ ଗଣିଲେ ଦୋକାନୀ

ବେଗୁନିଆ : ବେଗୁନିଆ ଅତିରିକ୍ତ ତହସିଲଦାର ସନାତନ ଆଚାର୍ଯ୍ୟ ବ୍ଲକ ଅଂଚଳରେ ଥିବା ବିଭିନ୍ନ ବଜାରରେ ତାଲାବନ୍ଦ ସ୍ଥିତି ପରଖିବାକୁ ଯାଇ ଡ଼ାଳତୋଳା, ପରିଚ୍ଛଳ ଏବଂ ଡିଙ୍ଗର ଆଦି ଅଞ୍ଚଳରେ ଥିବା ଦୋକାନ ବଜାର ଗୁଡିକ ଠିକ ଭାବରେ ବନ୍ଦ ଅଛି ନାଁ ନାହିଁ ପରଖିବା ସହିତ ବିନା କାମରେ ବାହାରେ ବୁଲୁଥିବା ଲୋକମାନଙ୍କୁ ଅଯଥା ବାହାରେ ନବୁଲି ଘରେ ସୁରକ୍ଷିତ ଭାବେ ରହିବା ପାଇଁ କହିଥିଲେ l ଏହି ଅବସରରେ ଅପରାହ୍ନରେ ଡାଳତୋଳା ବଜାରରେ ଗୋଟିଏ ଷ୍ଟୁଡିଓ ଏବଂ ଗୋଟିଏ ତେଜରାତି ଦୋକାନ ଅଧା ଖୋଲି ବେପାର କରୁଥିବାରୁ ସେମାନଙ୍କୁ ତାଲାବନ୍ଦ ଆଇନ ଉଲ୍ଲଂଘନ ଅଭିଯୋଗରେ ଜରିମାନା କରିଥିଲେ l ରାଉତପଡା ବିଦ୍ୟାଳୟରେ ଶିକ୍ଷକ ମାନେ ପିଲାମାନଙ୍କୁ ଟିଉସନ କରୁଥିବାର ଜାଣି ସେଠାରେ ପହଞ୍ଚି ସେମାନଙ୍କୁ ତାଗିଦ କରିବା ସହିତ ଠିକ ଭାବରେ ତୁଣ୍ଡି ବ୍ୟବହାର କରିବା ପାଇଁ କହିଥିଲେ l
Comments
Loading...