ଗ୍ୟାସ ଲିକ୍‌ରୁ ନିଆଁ ଲାଗିଲା, ଅଳ୍ପକେ ବର୍ତ୍ତିଲେ ଦୋକାନୀ

ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡାରୁ ହଳଦୀ ରାସ୍ତାର ଚାରିଛକ ତଳେ ଶୁକ୍ରବାର ସନ୍ଧ୍ୟାରେ ଏକ ହୋଟେଲରେ ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟିଛି। ଫଳରେ ହୋଟେଲର ବିଭିନ୍ନ ସାମଗ୍ରୀ, ଆସବାବପତ୍ର ସହ ନଗଦ ୩ ହଜାର ଟଙ୍କା ପୋଡି ଯାଇଥିବା ଜଣାପଡିଛି। ସୂଚନା ଅନୁସାରେ, ଝିଙ୍କିଡୁଙ୍ଗୁରୀ ଗ୍ରାମର ସାମନ୍ତ ସାହୁ ବଙ୍ଗୋମୁଣ୍ଡା ହଳଦୀ ରୋଡର ଚାରିଛକ ତଳେ ଏକ ଜଳଖିଆ ଦୋକାନ କରିଥିଲେ। ସନ୍ଧ୍ୟାରେ ହଠାତ୍‌ ସିଲିଣ୍ଡରରୁ ଗ୍ୟାସ୍‌ ଲିକ୍‌ ହୋଇ ନିଆଁ ଲାଗିଯାଇଥିଲା। ଖବରପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ ହୋଟେଲ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଦୋକାନୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ସୁମନ୍ତ ଗରିବ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Comments are closed.