ଭାରତରେ ଜାତିସଂଘର ନୂଆ ଆବାସିକ ସଂଯୋଜକ

ନୂଆଦିଲ୍ଲୀ: ଭାରତରେ ଜାତିସଂଘର ନୂଆ ଆବାସିକ ସଂଯୋଜକ ଭାବରେ ଶୋମ୍ବି ଶାର୍ପ ନିଯୁକ୍ତ ହୋଇଛନ୍ତି । ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ଶୋମ୍ବିଙ୍କୁ ଏହି ନୂଆ ପଦବୀରେ ନିଯୁକ୍ତ କରିଛନ୍ତି । ସେ ନୂଆଦିଲ୍ଲୀ ଏବଂ ଜାତିସଂଘ ମଧ୍ୟରେ ସମ୍ପର୍କର ସେତୁ ଭାବରେ କାର୍ଯ୍ୟ କରିବେ ବୋଲି ଜଣାଯାଇଛି । ଏଥିସହିତ ଭାରତରେ ଜାତିସଂଘର ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ ପ୍ରତ୍ୟକ୍ଷ ତତ୍ୱାବଧାନ କରିବେ ।

Comments are closed.