ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ବିୟୋଗରେ ଶୋକ

କଳାପଥର: ଉଭୟ ଓଡିଆ ଓ ବଙ୍ଗଳା ଭାଷାର ବିଶିଷ୍ଟ ସୁଲେଖିକା, ସାହିତ୍ୟ ଏକାଡେମୀ, ସୋଭିଏତ ନେହେରୁ ସମ୍ମାନ ସହ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମନୀତ ତଥା ଶତାୟୁ ଦୈନିକ ଖବର କାଗଜ ‘ସମାଜ’ର ପୂର୍ବତନ କାର୍ଯ୍ୟ ନିର୍ବାହୀ ସମ୍ପାଦିକା ଡକ୍ଟର ମନୋରମା ମହାପାତ୍ରଙ୍କ ବିୟୋଗ ରାଜ୍ୟ ପାଇଁ ଏକ ବିରାଟ କ୍ଷତି। ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ମାର୍ଗଦର୍ଶନରୁ ରାଜ୍ୟ ସବୁଦିନ ପାଇଁ ବଞ୍ଚିତ ହେଲା ବୋଲି ମା’ ଚର୍ଚ୍ଚିକା ସାମ୍ବାଦିକ ସଂଘ ବାଙ୍କୀର ସଭାପତି ଅରବିନ୍ଦ ବିରବର ହରିଚନନ୍ଦନ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି। ବାଙ୍କୀ ସ୍ଥିତ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ସମାଜସେବୀ ମନୋରମା ମହାପାତ୍ରଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ମା’ ଚର୍ଚ୍ଚିକା ସାମ୍ବାଦିକ ସଂଘ ବାଙ୍କୀ ତରଫରୁ ବହୁ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ମନୋଜ ଦଳେଇ, ସହ ସମ୍ପାଦକ ଅଶୋକ କୁମାର ରଣା, ଉପ ସଭାପତି ଅନନ୍ତ କୁମାର ରଣା, ମାନସ ରଞ୍ଜନ ସାହୁ, ମିଡିଆ ସଂଯୋଜକ ସତ୍ୟବ୍ରତ ଦାସ, ଗୌତମ ମିଶ୍ର, ସୁନୀଲ କୁମାର ସାହୁ, ସୂର୍ଯ୍ୟମଣୀ ପ୍ରଧାନ, ଅର୍ଜୁନ ପ୍ରଧାନଙ୍କ ସମେତ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ସହକାରୀ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.