ନେସ୍କୋ କନିଷ୍ଠ ଯନ୍ତ୍ରୀଙ୍କ ଅକାଳ ବିୟୋଗରେ ପାଟଣା ଶାଖାର ଶୋକସଭା 

ପାଟଣା: ପାଟଣାର ପୂର୍ବତନ ନେସ୍କୋ କନିଷ୍ଠ ଯନ୍ତ୍ରୀ ସୁଜିତ କୁମାର ସାହୁ(୩୮) କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଗମନ କରିଛନ୍ତି । ସୁଜିତ କୁମାର ସାହୁ ବାରିପଦାର ଭଞ୍ଜପୁରଠାରେ ନେସ୍କୋ କନିଷ୍ଠ ଯନ୍ତ୍ରୀ ଥିବା ସମୟରେ ତାଙ୍କର ଅକାଳ ବିୟୋଗ ଖବର ପାଇ ପାଟଣା ନେସ୍କୋ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପାଟଣା ନେସ୍କୋ କନିଷ୍ଠ ଯନ୍ତ୍ରୀ ପଦ୍ମକିଶୋର ଜେନା, ଜୟ କୃଷ୍ଣ ଦାସ, ନିହାର ରଞ୍ଜନ ଖଟୁଆ, କିଶୋର ଚନ୍ଦ୍ର ପାଣିଗ୍ରାହୀ, କୁଶଧର ମହାନ୍ତ, ସଂଗ୍ରାମ କରଣ, ରସିକଲାଲ ମହାନ୍ତ ଓ ତାହେର ଆଲାମ ପ୍ରମୁଖ ଦିବଂଗତ ପୂର୍ବତନ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ଶୋକ ପାଳନ କାର୍ୟ୍ୟକ୍ରମରେ ସାମିଲ ଥିଲେ।

Comments are closed.