ମହା ଶିବରାତ୍ରି ବିଶେଷ : ରାଶି ଅନୁଯାୟୀ କରନ୍ତୁ ଏଭଳି ପୂଜାର୍ଚ୍ଚନା

ମାର୍ଚ୍ଚ ୧୧ ମହାଶିବ ରାତ୍ରି। ଜାଣନ୍ତୁ ଏହି ଦିନ ରାଶି ଅନୁଯାୟୀ, କେଉଁ ଉପାୟ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହେବା ସହ ମନସ୍କାମନା ପୂରଣ ହୋଇଥାଏ।
ମେଷ – ଏହି ରାଶିର ବ୍ୟକ୍ତି ବିଶେଷମାନେ ଗୋଲାପି ରଙ୍ଗରେ ପ୍ରଭୁ ମହାଦେବଙ୍କ ପୂଜା କରିବା ସହ ଓଁ ମମଲେଶ୍ୱରାୟ ନମଃ ମନ୍ତ୍ରର ଜପ କରନ୍ତୁ।
ବୃଷ – ଏହି ରାଶିର ବ୍ୟକ୍ତି ବିଶେଷମାନେ ଖିରରେ ପ୍ରଭୁ ଶଙ୍କରଙ୍କୁ ଅଭିଷେକ କରିବା ସହ ଓଁ ନାଗେଶ୍ୱରାୟ ନମଃ ମନ୍ତ୍ରର ଜପ କରନ୍ତୁ।
ମିଥୁନ – ଏହି ରାଶିର ବ୍ୟକ୍ତି ବିଶେଷମାନେ ଆଖୁରସରେ ପ୍ରଭୁଙ୍କୁ ଅଭିଷେକ କରିବା ସହ ଓଁ ଭୁତେଶ୍ୱରାୟ ନମଃ ମନ୍ତ୍ରର ଜପ କରନ୍ତୁ।
କର୍କଟ – ଏହି ରାଶିର ବ୍ୟକ୍ତି ବିଶେଷମାନେ ପଞ୍ଚାମୃତରେ ପ୍ରଭୁଙ୍କୁ ଅଭିଷେକ କରନ୍ତୁ।
ସିଂହ – ଏହି ରାଶିର ବ୍ୟକ୍ତି ବିଶେଷମାନେ ମହୁରେ ପ୍ରଭୁଙ୍କୁ ଅଭିଷେକ କରନ୍ତୁ। ଓଁ ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ।
କନ୍ୟା – ଏହି ରାଶିର ବ୍ୟକ୍ତି ବିଶେଷମାନେ ଶୁଦ୍ଧ ଜଳରେ ପ୍ରଭୁଙ୍କୁ ଅଭିଷେକ କରନ୍ତୁ।ଶିବଙ୍କ ଚାଳିସା ପାଠ କରନ୍ତୁ।
ତୁଳା – ଏହି ରାଶିର ବ୍ୟକ୍ତି ବିଶେଷମାନେ ଦହିରେ ପ୍ରଭୁଙ୍କୁ ଅଭିଷେକ କରନ୍ତୁ।
ବିଛା – ଏହି ରାଶିର ବ୍ୟକ୍ତି ବିଶେଷମାନେ ଖିର ଓ ଘିଅରେ ପ୍ରଭୁଙ୍କୁ ଅଭିଷେକ କରନ୍ତୁ।
ଧନୁ – ଏହି ରାଶିର ବ୍ୟକ୍ତି ବିଶେଷମାନେ ଖିରରେ ପ୍ରଭୁଙ୍କୁ ଅଭିଷେକ କରନ୍ତୁ।
ମକର – ଏହି ରାଶିର ବ୍ୟକ୍ତି ବିଶେଷମାନେ ଡାଳିମ୍ବରେ ପ୍ରଭୁ ମହାଦେବଙ୍କର ଅଭିଷେକ କରନ୍ତୁ। ଶିବ ସହସ୍ର ନାମର ଜପ କରନ୍ତୁ।
କୁମ୍ଭ – ଏହି ରାଶିର ବ୍ୟକ୍ତି ବିଶେଷମାନେ ଖିର, ଦହି, ଚିନି, ଘିଅ, ମହୁ ଆଦିରେ ଅଭିଷେକ କରନ୍ତୁ। ଓଁ ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ।
ମୀନ – ଏହି ରାଶିର ବ୍ୟକ୍ତି ବିଶେଷମାନେ କିଛି ସ୍ୱତନ୍ତ୍ର ଫଳରେ ଅଭିଷେକ କରନ୍ତୁ।

Comments
Loading...