ଶିବରାଜ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ, ୪ର୍ଥ ଥର ପାଇଁ ନେଲେ ଶପଥ

ଭୋପାଳ: ମଧ୍ୟପ୍ରଦେଶରେ ଗତ ୧ ମାସ ଧରି ଲାଗି ରହିଥିବା ରାଜନୈତିକ ସଙ୍କଟର ଅବସାନ ଘଟିଛି। ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ସୋମବାର ରାତିରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ସେ ରାଜ୍ୟରେ ପ୍ରଥମ ଥର ଲାଗି ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାରେ ରେକର୍ଡ କରିବା ସହିତ ନୂଆ ଇତିହାସ ସୃଷ୍ଟି କରିଛନ୍ତି।

ଗତ ୨୦ ତାରିଖରେ କମଲନାଥ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ। ଏହା ପରେ ବିଜେପି ନେତା ଶିବରାଜ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ସାକ୍ଷାତ କରି ସରକାର ଗଢ଼ିବାକୁ ଦାବି କରିଥିଲେ। ରାଜ୍ୟପାଳଙ୍କ ଆମନ୍ତ୍ରଣ ପରେ ସେ ଆଜି ଶପଥ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସର ୨୨ ବିଧାୟକ ଇସ୍ତଫା ଦେବା ପରେ କମଲନାଥ ସରକାର ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଦଳ ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବାରେ ବିଫଳ ହୋଇଥିବାବେଳେ ସେମାନେ ବିଜେପିରେ ସାମିଲ ହୋଇଛନ୍ତି।

Comments are closed.