ଶିବରାଜଙ୍କ ମନ୍ତ୍ରିମଣ୍ଡଳର ହେଲା ସଂପ୍ରସାରଣ, ଶପଥ ନେଲେ ୫ କ୍ୟାବିନେଟ ମନ୍ତ୍ରୀ

ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜର ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି । ମଙ୍ଗଳବାର ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ସରକାରରେ ୫ ଜଣ ସଦସ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ମଧ୍ୟାହ୍ଣରେ ରାଜ୍ୟପାଳ ଲାଲଜୀ ଟଣ୍ଡନ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଉପସ୍ଥିତିରେ ୫ ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି।

ଆଜି ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିବା ବିଧାୟକମାନଙ୍କ ମଧ୍ୟରେ ରହିଛନ୍ତି ଛଅଥର ବିଜେପି ବିଧାୟକ ନରୋତ୍ତମ ମିଶ୍ର, ପାଞ୍ଚଥର ବିଜେପି ବିଧାୟକ କମଲ ପଟେଲ ଓ ମିନା ସିଂ ଏବଂ କଂଗ୍ରେସରୁ ଆସି ବିଜେପିରେ ଯୋଗଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ କ୍ୟାମ୍ପର ଦୁଇଜଣ ବିଧାୟକ  ତୁଲସୀ ସିଲାଓ୍ୱତ ଓ ଗୋବିନ୍ଦ ସିଂ ରାଜପୁତ । ତୁଲସୀ ପୂର୍ବର କମଲନାଥ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବାବେଳେ ଗୋବିନ୍ଦ ସିଂ ପରିବହନ ମନ୍ତ୍ରୀ ଥିଲେ ।

Comments are closed.