ବିଧାନସଭା ବାହାରେ ଶିବରାଜଙ୍କ ସମେତ ଅନ୍ୟ ନେତାଙ୍କ ‘ବନ୍ଦେ ମାତରମ୍’ ଗାନ

0

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଅନ୍ୟ ନେତାମାନଙ୍କ ସହ ବନ୍ଦେ ମା’ ମାତରମ ଗାନ କରିଛନ୍ତି । ବିଧାନସଭା ବାହାରେ ଥିବା ପ୍ରତିମୂର୍ତ୍ତି ତଳେ ସମସ୍ତେ ‘ବନ୍ଦେ ମାତରମ୍’ ଗାନ କରୁଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଆଜି ଠାରୁ ୧୫ ତମ ବିଧାନସଭାର ପାଞ୍ଚ ଦିବସୀୟ ପ୍ରଥମ ସଦନ ଆରମ୍ଭ ହୋଇଛି । ୧୫ ବର୍ଷ ପରେ ପ୍ରଥମ ଥର ପାଇଁ କଂଗ୍ରେସ ଶାସନ ସ୍ଥାନରେ ବସିଥିବା ବେଳେ ବିଜେପି ବିପକ୍ଷ ସ୍ଥାନରେ ବସିଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ଗତ ପ୍ରାୟ ୧୩ ବର୍ଷରୁ ପ୍ରତି ମାସରେ ପ୍ରଥମ କାର୍ୟ୍ୟ ଦିବସରେ ଭୋପାଳ ସ୍ଥିତ ବଲ୍ଲଭ ଭବନ(ରାଜ୍ୟ ସଚିବାଳୟ)ରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରିବାର ପରମ୍ପରା ରହିଥିଲା । କିନ୍ତୁ ଜାନୁଆରୀ ଏହି ନିୟମ ଉଲ୍ଲଙ୍ଘନ ହେବା ପରେ ସୃଷ୍ଟି ହୋଇଥିବା ବିବାଦ ସମୟରେ ରାଜ୍ୟ ସରକାର କହିଥିଲେ କି ରାଷ୍ଟ୍ରଗୀତ ଗାନର ନୂଆ ନିୟମ ଲାଗୁ କରାଯିବ । ଏବେ ରାଷ୍ଟ୍ରଗୀତ ଗାନରେ ସରକାରୀ କର୍ମଚାରୀଙ୍କ ବ୍ୟତୀତ ପୁଲିସକର୍ମୀ, ସାଧାରଣ ଜନତା ଏବଂ ମନ୍ତ୍ରୀମାନେ ସାମିଲ ହେବେ ।

ପ୍ରକାଶ ଥାଉ ଯେ, ଏହା ପୂର୍ବରୁ ରାଜ୍ୟ ସରକାରୀ ପ୍ରଶାସନ ବିଭାଗ ପକ୍ଷରୁ ପ୍ରତ୍ୟେକ ମାସର ପ୍ରଥମ କାର୍ଯ୍ୟ ଦିବସରେ କେବଳ ସରକାରୀ ଅଧିକାରୀମାନେ ‘ବନ୍ଦେ ମାତରମ୍’ ଗାନ କରୁଥିଲେ । ଗତ ୧୩ ବର୍ଷ ଧରି ବିଜେପି ଶାସନକାଳରେ ଆରମ୍ଭ ହୋଇଥିବା ଏହି ପରମ୍ପରା ଜାନୁଆରୀ ୧ରେ ଭାଙ୍ଗିବାରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଏବଂ ପୂର୍ବତମ ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ବାନ କଡା ସମାଲୋଚନା କରିଥିଲେ ।

Leave A Reply