କଂଗ୍ରେସ ସହ ମେଣ୍ଟ ପାଇଁ ପ୍ରସ୍ତୁତ ପିଏସ୍‍ପି: ଶିବପାଲ

0

ଲକ୍ଷ୍ନୌ : ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ ପାଇଁ ପ୍ରସ୍ତୁତ ବୋଲି ପ୍ରଗତିଶୀଳ ସମାଜବାଦୀ ପାର୍ଟି (ପିଏସ୍‍ପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ଶିବପାଲ ସିଂହ ଯାଦବ କହିଛନ୍ତି। ଶିବପାଲ କହିଛନ୍ତି ଯେ କଂଗ୍ରେସଏକ ଧର୍ମନିରପେକ୍ଷ ଦଳ। ତେଣୁ କଂଗ୍ରେସ ସହ ପିଏସ୍‍ପି ମେଣ୍ଟ କରିପାରିବ। ହେଲେ ଏନେଇ କଂଗ୍ରେସ ସହ ତାଙ୍କର କୌଣସି ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ରବିବାର ଲକ୍ଷ୍ନୌସ୍ଥିତ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ କଂଗ୍ରେସ ପ୍ରଭାରୀ ଗୁଲାମନବୀ ଆଜାଦ୍‍ ଧର୍ମନିରପେକ୍ଷ ଦଳଙ୍କ ସହ ମେଣ୍ଟକୁ ସ୍ୱାଗତ କରିଥିଲେ। ବିଜେପିକୁ ହରାଇବା ପାଇଁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ସହ ମିଶି ନିର୍ବାଚନ ଲଢିବାକୁ ଚାହୁଁଥିବା ଦଳକୁ ଆମେ ସ୍ୱାଗତ କରିବୁ ବୋଲି ସେ କହିଥିଲେ। ଠିକ୍‍ ଏହାପରେ ଶିବପାଲ ଏହା କହିଛନ୍ତି।

Leave A Reply