ଭଗବାନ ଶିବ ତାଙ୍କ ଠାରୁ ଜଳାଭିଷେକ ଚାହୁଁଛନ୍ତି କହି ଛୁଟି ମାଗିଲେ ପୁଲିସ କର୍ମଚାରୀ

0

ଲକ୍ଷ୍ମୌ: ଭଗବାନ ଶିବ ମୋ ଠାରୁ ଜଳାଭିଷେକ ହେବା ପାଇଁ ଚାହୁଛନ୍ତି । ଏଥିପାଇଁ ଛୁଟିର ଆବଶ୍ୟକତା ରହିଛି । ଏହିପରି  ଦରଖାସ୍ତ ଲେଖି ଉତ୍ତରପ୍ରଦେଶର ଜଣେ ପୁଲିସ କନେଷ୍ଟବଳ ଛୁଟି ପାଇଁ ଆବେଦନ କରିଥିଲେ । ତାଙ୍କର ଛୁଟିକୁ ଉଚ୍ଚ ଅଧିକାରୀ ବି ମଞ୍ଜୁର କରି ଦେଇଛନ୍ତି । ଭଗବାନ ଶିବ ସ୍ୱପ୍ନରେ ଦେଖା ଦେଇଥିଲେ  ଏବଂ ସେ ଜଳାଭିଷେକ କଥା କହିଛନ୍ତି ବୋଲି କନେଷ୍ଟବଳ ଜଣଙ୍କ ଦରଖାସ୍ତରେ ଉଲ୍ଲେଖ କରିଛନ୍ତି । ସେ ୬ ଦିନ ପାଇଁ ଛୁଟି ମାଗିଥିଲେ ।

ବୁଲନ୍ଦ ସହରର ରିଜର୍ଭ ପୁଲିସ ଲାଇନ୍‌ର କନେଷ୍ଟବଳ ବିନୋଦ କୁମାର ନିଜ ଦରଖାସ୍ତରେ ଏହି ବିଷୟ ଉଲ୍ଲେଖ କରିଥିଲେ ।  ସେ ହରିଦ୍ୱାରରୁ ଜଳ ସଂଗ୍ରହ କରି କାଉଡିଆଙ୍କ ସହ ଆସି ଶିବଙ୍କୁ ଜଳାଭିଷେକ କରିବେ ବୋଲି କହିଛନ୍ତି । ଏବେ ଏହି ଦରଖାସ୍ତଟି ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି ।

Leave A Reply