ଉପବାଚସ୍ପତି ପଦ ପାଇଁ ଭର୍ତ୍ତୃହରିଙ୍କ ନାଁକୁ ନେଇ ଚର୍ଚ୍ଚା; ବିଜେଡିକୁ ଶିବସେନାର ବିରୋଧ

ମୁମ୍ବଇ: ଲୋକସଭାର ଉପବାଚସ୍ପତି ପଦ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କିମ୍ବା ୱାଇଏସଆର କଂଗ୍ରେସର କୌଣସି ସାଂସଦଙ୍କୁ ମିଳିବା ନେଇ ଚର୍ଚ୍ଚା ଜୋର ଧରିବା ପରେ ଏନଡିଏର ଅଂଶୀଦାର ଦଳ ଶିବସେନା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏ ନେଇ ଶିବସେନା ସିଧାସଳଖ ବିଜେଡିକୁ ବିରୋଧ କରିଛି। ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି, ଏନଡିଏର ଆମେ ଦ୍ବିତୀୟ ବୃହତ୍ତମ ଅଂଶୀଦାର ଦଳ। ଆମକୁ କିମ୍ବା କୌଣସି ଅଂଶୀଦାରକୁ ଏହି ପଦବୀ ମିଳିବା କଥା। ଏବେ ଚର୍ଚ୍ଚା ଚାଲିଛି ଯେ ଉପବାଚସ୍ପତି ପଦ ବିଜେଡିକୁ ମିଳିବ। ଲୋକସଭା ନିର୍ବାଚନରେ ବିଜେଡି ଓଡ଼ିଶାରେ ବିଜେପି ବିରୋଧରେ ଲଢ଼ିଥିଲା। ତେଣୁ ଏହା କିପରି ହେବ ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି। ଉପବାଚସ୍ପତି ପଦବୀ ଶିବସେନାକୁ ମିଳିବା ଉଚିତ। ଏହା ଆମର ଦାବି ନୁହେଁ, ଅଧିକାର ବୋଲି ସଞ୍ଜୟ କହିଛନ୍ତି।

Comments are closed.