ମୁଁ ଦାଉଦ ଇବ୍ରାହିମକୁ ଭେଟିଥିଲି : ସଞ୍ଜୟ ରାଉତ

ମୁମ୍ବଇ : ଅଣ୍ଡର ୱାଲ୍ଡ ଡ଼ନ ତଥା ୧୯୯୩ରେ ହୋଇଥିବା ମୁମ୍ବଇ ବୋମା ବିସ୍ଫୋରଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଭିଯୁକ୍ତ ଦାଉଦ ଇବ୍ରାହିମକୁ ମୁଁ ଏକଦା ଭେଟିଥିଲି। ଇବ୍ରାହିମକୁ ଭେଟି ତା ସହ କଥା ହୋଇ ତାକୁ ଅପମାନିତ ମଧ୍ୟ କରିଥିଲି। ବୁଧବାର ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।
ଏହାସହିତ ସଞ୍ଜୟ ଭାରତୀୟ ଜନତା ପାର୍ଟି(ବିଜେପି) ନେତା ଉଦୟନରାଜେ ଭୋସାଲେଙ୍କୁ ଟାର୍ଗେଟ କରି କହିଛନ୍ତି, ସେ ଛତ୍ରପତି ଶିବାଜୀଙ୍କର ବଂଶଧର ବୋଲି ପ୍ରମାଣ ଦିଅନ୍ତୁ। ମରାଠି ଯୋଦ୍ଧା ଶିବାଜୀ ମହାରାଜାଙ୍କ ଉପରେ କାହାର ଅଧିକାର ନଥିଲା। ସେ ଭଗବାନ ଥିଲେ ବୋଲି ସାଂସଦ ସଞ୍ଜୟ ରାଉତ କହିଛନ୍ତି।

Comments are closed.