ମହାରାଷ୍ଟ୍ରରେ ମେଣ୍ଟ ସରକାର : ଆଜି ରାଜ୍ୟପାଳଙ୍କୁ ଭେଟିବେ ତିନି ଦଳର ପ୍ରତିନିଧି

ମୁମ୍ବଇ : ମହାରାଷ୍ଟ୍ରରେ ତିନି ରାଜନୈତିକ ଦଳକୁ ନେଇ ଗଠିତ ହେବାକୁ ଥିବା ସରକାର ୫ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିବ ବୋଲି ଏନ୍‍ସିପି ମୁଖ୍ୟ ଶରଦ ପାୱାର କହିଛନ୍ତି । ଫଳରେ ରାଜ୍ୟରେ ପ୍ରଥମଥର ପାଇଁ ଶିବସେନା, ଏନ୍‍ସିପି ଓ କଂଗ୍ରେସ ଦଳର  ମେଣ୍ଟ ସରକାର ଗଠନ ହେବାକୁ ଯାଉଛି।
ଶନିବାର ଏହି ତିନି ଦଳର ପ୍ରତିନିଧିମାନେ ରାଜ୍ୟପାଳ ଭଗତ୍‍ ସିଂହ କୋଶିୟାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ ସରକାର ଗଠନ ନେଇ ନୁହେଁ ବରଂ ବର୍ଷା ଦ୍ୱାରା ପ୍ରଭାବିତ କୃଷକମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପ୍ରସଙ୍ଗ ଉପରେ ସେମାନେ ରାଜ୍ୟପାଳଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି।

Comments are closed.