ବୁର୍ଖା ପରିଧାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଶିବସେନା ଓ ହିନ୍ଦୁ ସେନାର ଦାବି

ନୂଆଦିଲ୍ଲୀ : ଶ୍ରୀଲଙ୍କା ଭଳି ଭାରତରେ ମୁସଲମାନ ମହିଳାଙ୍କ ବୁର୍ଖା ପରିଧାନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ଶିବସେନା ଓ ହିନ୍ଦୁ ସେନା ପକ୍ଷରୁ ଦାବି କରାଯାଇଛି। ନିର୍ବାଚନୀ ଋତିରେ ଏହି ପ୍ରସଙ୍ଗ ଏବେ ଭାରତରେ ଚର୍ଚ୍ଚାର ବିଷୟ ହୋଇଛି। ଶିବସେନା ନିଜ ମୁଖପତ୍ର ‘ସାମନା’ର ସମ୍ପାଦକୀୟ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ଭଳି ସମସ୍ତ ପରିଧାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ରଖିଛି।
ଭୋପାଳର ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ମଧ୍ୟ ଶିବସେନାର ଦାବିକୁ ସମର୍ଥନ ଦେଇଛନ୍ତି। ବିଜେପି ମୁଖପାତ୍ର ଜିଭିଏଲ ନରସିହ୍ମା ରାଓ ‘ସାମନା’ ସମ୍ପାଦକୀୟ ଉପରେ ପ୍ରତିକ୍ରିୟା ରଖି ଏଭଳି ପ୍ରତିବନ୍ଧକ ଳଗାଇବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ନରସିହ୍ମା ରାଓ କହିଛନ୍ତି ଯେ ମୋଦୀ ଅଛନ୍ତି ତ ଦେଶ ସୁରକ୍ଷିତ ଅଛନ୍ତି। ବୁର୍ଖା ପିନ୍ଧୁଥିବା ସମସ୍ତ ମହିଳା ଆତଙ୍କବାଦୀ ନୁହନ୍ତି।

Comments are closed.