ଗୋପବନ୍ଧୁ ଆଧ୍ୟାତ୍ମିକ କେନ୍ଦ୍ରରେ ଶିବ ବିବାହ

ଗୁରୁଡିଝାଟିଆ: ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ମାଧବପୁରଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଆଧ୍ୟାତ୍ମିକ ପରିସରରେ ଶୀତଳଷଷ୍ଠୀ ଓ ଶିବ ବିବାହ ଉତ୍ସବ ଆଧ୍ୟାତ୍ମିକ ପରିବେଶ ଭିତରେ ଅନୁଷ୍ଠିତ ହୋଇଛି। ଶାସ୍ତ୍ରୀୟ ବିଧି ମୁତାବକ ବ୍ରାହ୍ମଣ ଉପସ୍ଥିତ ରହି ହରପାର୍ବତୀଙ୍କର ବିବାହ କାର୍ଯ୍ୟ ସଂପନ୍ନ କରିଥିଲେ। ପ୍ରଥମେ ଆଧ୍ୟାତ୍ମିକ କେନ୍ଦ୍ର ପରିସରସ୍ଥ ଶ୍ରୀଚନ୍ଦ୍ରଶେଖରଙ୍କ ପୂଜାର୍ଚ୍ଚନା ପରେ ବିବାହକାର୍ଯ୍ୟ ଆରମ୍ଭ ହୋଇଥିଲା। କନ୍ୟାପିତା ଭାବରେ ଗୋପବନ୍ଧୁ ନର୍ସିଂ କଲେଜର ଅଧ୍ୟକ୍ଷ ଚିନ୍ନା ଚିଦିୟାନ ଏନ୍ ଓ ମେଲବା ସହାୟ ସୁଇଟ ବିବାହକାର୍ଯ୍ୟରେ ଉପନୀତ ହୋଇଥିବା ବେଳେ ବରପିତା ଭାବରେ ସୁଶୀଲ କୁମାର ପ୍ରଧାନ ଓ ଅନୁରାଧା ବିଶୋଇ ଉପସ୍ଥିତ ରହି ବିବାହକାର୍ଯ୍ୟ ସଂପନ୍ନ କରିଥିଲେ। କୋଭିଡ ନିୟମ ଅନୁଯାୟୀ ଶୀତଳଷଷ୍ଠୀ ଓ ଶିବ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଲୋକ ସେବକ ମଣ୍ଡଳର ରାଷ୍ଟ୍ରିୟ ଉପାଧ୍ୟକ୍ଷ ତଥା ଅନୁଷ୍ଠାନ ପରିଚାଳନା କମିଟିର ଅଧ୍ୟକ୍ଷ ନିରଞ୍ଜନ ରଥ ଓ ଚିକିତ୍ସାଳୟର ଚିକିତ୍ସକମାନେ ଉପସ୍ଥିତ ରହିବେ।

Comments are closed.