ଶୀଳଷଷ୍ଠୀରେ କନ୍ୟା ଖୋଜା ଓ ପତ୍ରପେଣ୍ଡିର ନୀତି : ପୁରୀ ଶ୍ରୀକ୍ଷେତ୍ର ଓ ପଶ୍ଚିମ ଓଡିଶା ସଂସ୍କୃତିର ସଙ୍ଗମର ନିଦର୍ଶନ

ସମ୍ବଲପୁର, – ସମ୍ବଲପୁର ଠାରେ ପ୍ରାୟ ୪୫୦ ବର୍ଷ ପୁର୍ବେ ପୁରୀରୁ ଆସିଥିବା ଉତ୍କଳୀୟ ବ୍ରାହ୍ମଣ ମାନେ ଶୀତଳ ଷଷ୍ଠୀ ଆରମ୍ଭ କରିଥିଲେ । ଉକ୍ରଳୀୟ ବ୍ରାହ୍ମଣ ମାନେ ପୁରୀ ରୁ ସମ୍ବଲପୁରକୁ ଆସିବା ସମୟରେ ପୁରୀର ସଂସ୍କୃତି ଓ ପରମ୍ପରା କୁ ସାଥୀରେ ନେଇ ଆସିଥିଲେ । ଶୀତଳଷଷ୍ଠୀ ମାଧ୍ୟମରେ ଉକ୍ରଳୀୟ ବ୍ରାହ୍ମଣ ମାନେ ପଶ୍ଚିମ ଓଡିଶାର ସଂସ୍କୃତି ଓ ପରମ୍ପରା ସହିତ ପୁରୀର ସଂସ୍କୃତି ଓ ପରମ୍ପରା କୁ ସଙ୍ଗମ କରି ଏକ ନୁତନ ରୁପ ଦେଇଛନ୍ତି ଏବଂ ଏହି ପରମ୍ପରା ଏବେ ପର୍ଯ୍ୟନ୍ତ ଚାଲିଆସିଛି ।

ସେହି ସଂସ୍କୃତି ଓ ପରମ୍ପରା ର ଏକ ନିଦର୍ଶନ ହେଉଛି ଶୀତଳଷଷ୍ଠୀ ଯାତ୍ରାରେ ପତ୍ରପେଣ୍ଡି ନିତି । ଯାହାକୁ କନ୍ୟା ଖୋଜା ରିତି ଭାବରେ ମଧ୍ୟ ଜଣା ଯାଇଥାଏ । ଉକ୍ରଳୀୟ ବ୍ରାହ୍ମଣ ମାନେ ଆସିବା ବହୁ ପୁର୍ବରୁ ପଶ୍ଚିମ ଓଡିଶାରେ ରହୁଥିବା ଆଦିବାସୀ ମାନଙ୍କର ଏକ ପରମ୍ପରା ଥିଲା ଯେ ଝିଅର ଜନ୍ମ ହେବା ମାତ୍ରେ ଏନ୍ତୁଡିଶାଳରେ ଶର୍ଗୀ ପତ୍ର ପକାଇ ଝିଅର ବିବାହ ଠିକ କରାଯାଉଥିଲା । ବିବାହ ବୟସରେ ଝିଅ ଉପରାନ୍ତ ହେବା ପରେ ଜନ୍ମ ସମୟରେ ଶର୍ଗୀ ପତ୍ର ଦେଇ ଠିକ କରାଯାଇଥିବା ଯୁବକ ସହିତ ଝିଅର ବିବାହ ସମ୍ପନ୍ନ କରାଯାଉଥିଲା ।

ସେହିଭଳି ସାଧାରଣତଃ ପ୍ରତିପଦା ତିଥି କୌଣସି ନୁତନ କାର୍ଯ୍ୟ ପାଇଁ ବହୁତ ଶୁଭ ବୋଲି ମାନ୍ୟତା ଆବାହମାନ କାଳରୁ ରହିଆସିଛି । ଏଣୁ ପଶ୍ଚିମ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ସହ ପୁରୀର ସଂସ୍କୃତି ଓ ପରମ୍ପରା କୁ ସଙ୍ଗମ କରାଯାଇ ପତ୍ରପେଣ୍ଡିର ପରମ୍ପରାକୁ ଆରମ୍ଭ କରାଯାଇଥିଲା । ଶୀତଳଷଷ୍ଠୀ ଯାତ୍ରାର ଆରମ୍ଭ ପ୍ରଥମେ ନନ୍ଦପଡ଼ା ଠାରେ ଜ୍ୟେଷ୍ଠ ଶୁକ୍ଳପକ୍ଷ ପ୍ରତିପଦା ଦିନ କନ୍ୟା ଖୋଜା ପର୍ବ ଆରମ୍ଭ ହୁଏ । ଯେହେତୁ ଦେବ ଦମ୍ପତିଙ୍କ ବିବାହ ସମ୍ପୁର୍ଣ୍ଣ ଲୋକାଚାରରେ ଅନୁଷ୍ଠିତ ହୁଏ ଏବଂ ସାଧାରଣ ପ୍ରସ୍ତାବିତ ବିବାହଟିଏ ଯେମିତି ହୁଏ ଠିକ ସେହିଭଳି ହୁଏ ।

ପ୍ରତିବର୍ଷ ଅକ୍ଷୟତୃତୀୟା ଦିନ ଥାଳଉଠା ସହିତ ଯାତ୍ରାର ଆଦ୍ୟପର୍ବ ଆରମ୍ଭ ହୁଏ । ଏହିଦିନ ପୂର୍ବ ବର୍ଷର କନ୍ୟାପିତାମାତାଙ୍କ ଠାରୁ ଥାଳଅଣା ଯାଇ ନୂତନ କନ୍ୟାପିତା ମାତା ମନୋନୟନ କରାଯାଇଥାଏ । ଜ୍ୟେଷ୍ଠ ଶୁକ୍ଳପକ୍ଷ ପ୍ରତିପଦା ଦିନ ନନ୍ଦପଡାର ବମ ବମ ବରାଡ ବାଲୁଙ୍କେଶ୍ୱର ଙ୍କ ବରପିତାଙ୍କ ନେତୃତ୍ୱରେ ପଡାର ମୁରବି ମାନେ କନ୍ୟା ଅନ୍ୱେଷଣରେ ବାହାରି ଥାନ୍ତି । କନ୍ୟା ମାତାପିତା ଙ୍କ ଘରୁକୁ ଯାଇ ଶିବଙ୍କ ପାର୍ବତୀ ସହ ବିବାହ ପାଇଁ ପ୍ରସ୍ତାବ ଦିଅନ୍ତି । ଏହା ପରେ ଶର୍ଗୀ ପତ୍ର ର ପେଣ୍ଡା (ଗୁଚ୍ଛ) ଦେଇ ଝିଅ ଠିକ କରାଯାଇଥାଏ ଏବଂ ଏହାକୁ ପତ୍ରପେଣ୍ଡି ବୋଲି କୁହାଯାଇଥାଏ । ଏହି ଦିନଠାରୁ ସପ୍ତାହ ବ୍ୟାପି ଶୀତଳଷଷ୍ଠୀ ଯାତ୍ରାର ଶୁଭାରମ୍ଭ ହୋଇଥାଏ । ତେବେ ନନ୍ଦପଡା ଶୀତଳ ଷଷ୍ଠୀ ଯାତ୍ରା କମିଟୀ ବ୍ୟତିତ ଅନ୍ୟ ଝାଡୁଆପଡା, ମୁଦିପଡା ଓ ଅନ୍ୟାନ୍ୟ ଶୀତଳଷଷ୍ଠୀ କମିଟୀ ମାନଙ୍କ ଦ୍ୱାରା ଏହି ରିତି ନନ୍ଦପଡା ର ରିତିର ଦୁଇ ଦିନ ପରେ ସମ୍ପନ୍ନ କରାଯାଇଥାଏ । ବିବାହର ନିର୍ବନ୍ଧ ସାଧାରଣ ବିବାହ ପରି ପଞ୍ଚମୀ ତିଥି ଯଥା ବିବାହ ଦିନର ସକାଳ ସମୟରେ ହୋଇଥାଏ ।

Comments are closed.