ଜାହାଜ କଣ୍ଟେନର ରହଣୀ ଶୁଳ୍କ ଆଦାୟ ନକରିବା ପାଇଁ କେନ୍ଦ୍ର ଜାହାଜ ମନ୍ତ୍ରଣାଳୟର ନିର୍ଦ୍ଦେଶ
କୋଭିଡ-୧୯ ପ୍ରଭାବ

ନୂଆଦିଲ୍ଲୀ : ଚଳିତ ବର୍ଷ ମାର୍ଚ୍ଚ ୨୨ ଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ କଣ୍ଟେନର ରହଣୀ ଶୁଳ୍କ ଆଦାୟ ନକରିବା ପାଇଁ କେନ୍ଦ୍ର ଜାହାଜ ମନ୍ତ୍ରଣାଳୟ ବନ୍ଦରଗୁଡିକୁ ନିର୍ଦ୍ଦେଶ ଦେଇଛି । ଭାରତୀୟ ବନ୍ଦରଗୁଡିକରେ ମାଲ ପରିବହନ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଏପରି ନିର୍ଦ୍ଦେଶ ଦିଆଯାଇଛି। ଏହାଛଡା କୌଣସି ନୂତନ ବା ଅତିରିକ୍ତ ଶୁଳ୍କ ଅସୁଲ ନକରିବା ପାଇଁ ମଧ୍ୟ କୁହାଯାଇଛି। କୋଭିଡ-୧୯ର ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାଇଁ ଏହି ନିଷ୍ପତି ହୋଇଛି । କରୋନା ସଂକ୍ରମଣ ଯୋଗୁଁ ଗତ ୨୫ ତାରିଖ ଦିନ ଘୋଷିତ ଦେଶବ୍ୟାପୀ ଲକଡାଉନ ପରେ ବିଭିନ୍ନ ବନ୍ଦରରେ ମାଲ ଖଲାସ ନେଇ କେତେକ ଅସୁବିଧା ଦେଖା ଦେଇଥିବା ପରିପ୍ରେକ୍ଷୀରେ ଏହି ନିଷ୍ପତି ନିଆଯାଇଛି। ସେ ଦୃଷ୍ଟିରୁ କେତେକ ସ୍ଥାନରେ କାର୍ଗୋ ମାଲିକମାନେ ସେମାନଙ୍କ ଜିନିଷପତ୍ର ଖଲାସ କରିବା ନେଇ ଅସୁବିଧାର ସମ୍ମୁଖିନ ହୋଇଥିଲେ। ଏହି ନିର୍ଦ୍ଦେଶ ବଳରେ ସେମାନଙ୍କୁ ଆଉ କୌଣସି ପ୍ରଶାସନିକ ବାଧାବିଘ୍ନର ସମ୍ମୁଖିନ ହେବାକୁ ପଡିବ ନାହିଁ।