୧୨ ବର୍ଷ ପରେ ଫେରୁଛନ୍ତି ଶିଳ୍ପା

ମୁମ୍ବଇ : ବଲିଉଡରେ ଏବେ ‘ୟୋଗା ଲେଡି’ ନାମରେ ପରିଚିତ ଶିଳ୍ପା ସେଟ୍ଟି ଖୁବ୍ ଶୀଘ୍ର ପରଦା ଉପରକୁ ଫେରୁଛନ୍ତି। ଯୋଗ, ଓ ନିଜ କୁକିଙ୍ଗ୍ ଚ୍ୟାନେଲ୍ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଶିଳ୍ପା ‘ହଙ୍ଗାମା-୨’ରେ ମୁଖ୍ୟ ଭୂମିକାରେ ଦେଖାଦେବେ। କମେଡି ଚଳଚ୍ଚିତ୍ରରେ ଶିଳ୍ପାଙ୍କ ସହ ଏଥିରେ ପରେଶ ରାୱଲ୍ ମଧ୍ୟ କାମ କରିଛନ୍ତି। ସାକ୍ଷାତକାର୍‌ରେ ଶିଳ୍ପା କହିଛନ୍ତି, ୧୨ ବର୍ଷ ପରେ ସେ ପୁଣି ଆସୁଛନ୍ତି। ଏତେ ଲମ୍ବା ବ୍ୟବଧାନ ପରେ ପୁଣି ଯେତେବେଳେ ସେ ସୁଟିଂ ସେଟ୍‌୍କୁ ସେ ଯାଇଥିଲେ, ଖୁବ୍ ଖୁସି ସେଇ ଅନୁଭୂତି ଥିଲା। ପ୍ରିୟଦର୍ଶନ ନିର୍ଦେଶିତ ‘ହଙ୍ଗାମା’ର ପ୍ରଥମ ଭାଗ ୨୦୦୩ରେ ମୁକ୍ତିଲାଭ କରିଥିଲା। ସେଥିରେ ମୁଖ୍ୟ ଭୂମିକାରେ ପରେଶ ରାୱଲ୍, ଅକ୍ଷୟ ଖାନ୍ନା, ଅଫତାବ୍ ଶିବଦାସନୀ, ରିମି ସେନ୍ ଅଭିନୟ କରିଥିଲେ। ଚଳଚ୍ଚିତ୍ରଟି ସୁପରହିଟ୍ ହୋଇଥିଲା। ପ୍ରିୟଦର୍ଶନ ୧୨ ବର୍ଷ ପରେ ଏହାର ଦ୍ବିତୀୟ ଭାଗ କାହାଣୀ ଲେଖା ଶେଷ କରିବା ସହ ସୁଟିଂ ମଧ୍ୟ ଆରମ୍ଭ କରିଛନ୍ତି। ତାଙ୍କ ମତରେ କମେଡି ଚଳଚ୍ଚିତ୍ର ଦର୍ଶକଙ୍କର ପ୍ରଥମ ପସନ୍ଦ।

Comments are closed.