ରାହୁଲଙ୍କୁ ଭେଟିଲେ ଶୀଲା ଦିକ୍ଷୀତ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଫଳାଫଳ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଚିନ୍ତା ବଢାଇ ଦେଇଛି। କଂଗ୍ରେସର ପରାଜୟ ପରେ ରାହୁଲ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାପାଇଁ ମନସ୍ତ କରିଛନ୍ତି। ଏନେଇ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତ ବୁଧବାର ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ସେ ରାହୁଲଙ୍କୁ ଭେଟି ଇସ୍ତଫା ନ ଦେବାକୁ ସିଧାସଳଖ କହିଥିବା ଜଣାପଡିଛି।
ରାହୁଲ ଶନିବାର କଂଗ୍ରେସ କାର୍ଯ୍ୟସମିତି ବୈଠକରେ ଇସ୍ତଫା ଦେବାପାଇଁ କହିଥିଲେ। ପରେ ଏହାକୁ ବିରୋଧ କରି ବହୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାସଭବନ ଆଗରେ ଧାରଣା ମଧ୍ୟ ଦେଇଛନ୍ତି। ନିଜର ଇସ୍ତଫାକୁ ଫେରାଇ କଂଗ୍ରେସ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବାକୁ ସେମାନେ କହିଛନ୍ତି। ୨୦୧୭ ମସିହା ଠାରୁ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି।

Comments are closed.