‘ଶିକାରା’ ଟ୍ରେଲର: ଦେଖିବାକୁ ମିଳିଲା କାଶ୍ମୀରୀ ପଣ୍ଡିତଙ୍କ ଦୁଃଖଭରା କାହାଣୀର ଝଲକ୍‍

ମୁମ୍ବଇ: ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଶିକାରା’ର ଟ୍ରେଲର ମଙ୍ଗଳବାର ରିଲିଜ୍‍ ହୋଇଛି। ଏହାକୁ ଫକ୍ସ ଷ୍ଟାର ହିନ୍ଦୀର ୟୁଟ୍ୟୁବ୍‍ ଚ୍ୟାନେଲରେ ଅପ୍‍ଲୋଡ଼ କରାଯାଇଛି। ଚଳଚ୍ଚିତ୍ରରେ ଆଦିଲ ଖାନ ଓ ସାଦିୟା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହି ଦୁଇ କଳାକାରଙ୍କର ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର।
ଚଳଚ୍ଚିତ୍ର ସେହି ୪ ଲକ୍ଷ କାଶ୍ମୀରୀ ପଣ୍ଡିତଙ୍କ ଦୁଃଖଭରା କାହାଣୀ ଉପରେ ଆଧାରିତ, ଯେଉଁମାନଙ୍କୁ ରାତାରାତି ନିଜ ଭିଟାମାଟି ଛାଡ଼ି ଦ୍ୱାର ଦ୍ୱାର ବୁଲିବାକୁ ପଡ଼ିଥିଲା। ଏହା ସହିତ ସେହି ସମୟର ଏକ ନିଆରା ପ୍ରେମ କାହାଣୀକୁ ଏଥିରେ ଦେଖିବାକୁ ମିଳିବ। ଟ୍ରେଲରରେ ଏସବୁର ଝଲକ୍‍ ଦେଖିବାକୁ ମିଳିଛି। ଟ୍ରେଲରକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଛି। ଟ୍ରେଲରରୁ ଜଣାପଡ଼ୁଛି, ଏହା ଏକ ଭିନ୍ନ ଧରଣର ଚଳଚ୍ଚିତ୍ର। ଏହା ଦର୍ଶକଙ୍କୁ ଭାବପ୍ରବଣ କରିବ ବୋଲି ନିର୍ମାତା ଆଶା ପ୍ରକାଶ କରିଛନ୍ତି। ‘ଶିକାରା’ ୭ ଫେବୃୟାରୀରେ ପରଦାକୁ ଆସିବ।

Comments are closed.