ସାମ୍ନାକୁ ଆସିଲା ‘ଶିକାରା’ର ନୂଆ ପୋଷ୍ଟର

ମୁମ୍ବଇ: କାଶ୍ମୀର ପଣ୍ଡିତଙ୍କ ଦୁଃଖ ଭରା କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଶିକାରା’ର ଆଉ ଏକ ନୂଆ ପୋଷ୍ଟର ବୁଧବାର ସାମ୍ନାକୁ ଆସିଛି। ପୂର୍ବରୁ ଚଳଚ୍ଚିତ୍ରର କିଛି ପୋଷ୍ଟର ଓ ଟ୍ରେଲର ମଧ୍ୟ ରିଲିଜ୍‍ ହୋଇଛି, ଯାହାକୁ ଲୋକେ ଖୁବ୍‍ ପସନ୍ଦ କରିଛନ୍ତି। ଏହି ନୂଆ ପୋଷ୍ଟରରେ ଚଳଚ୍ଚିତ୍ରର ମୁଖ୍ୟ କଳାକାର ଆଦିଲ ଖାନ ଓ ସାଦିୟା ନଜର ଆସିଛନ୍ତି। ଦୁହେଁ ଖୁବ୍‍ ଖୁସି ଥିବା ପୋଷ୍ଟରରେ ଦେଖିବାକୁ ମିଳିଛି। ବିଧୁ ବିନୋଦ ଚୋପ୍ରା ଫିଲ୍ମସ୍‍ ନୂଆ ପୋଷ୍ଟରକୁ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି।

ଖାସ୍‍ କଥା ହେଉଛି ଚଳଚ୍ଚିତ୍ରକୁ ବାସ୍ତବିକ ରୂପ ଦେବା ପାଇଁ ଏଥିରେ ୪ ହଜାର ଅସଲି କାଶ୍ମୀର ପଣ୍ଡିତଙ୍କୁ ସାମିଲ କରାଯାଇଛି। ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ୭ ଫେବୃଆରୀରେ ପରଦାକୁ ଆସିବ।

Comments are closed.