କଶ୍ମୀର ପଣ୍ଡିତଙ୍କ ଦୁଃଖଦ କାହାଣୀକୁ ସାମ୍ନାକୁ ଆଣିବ ‘ଶିକାରା’

ମୁମ୍ବଇ: ପ୍ରଯୋଜକ ତଥା ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ଆଗାମୀ ଚଳଚ୍ଚିତ୍ର ‘ଶିକାରା’ର ମୋଶନ ପୋଷ୍ଟର ସାମ୍ନାକୁ ଆସିଛି। କଶ୍ମୀରୀ ପଣ୍ଡିତମାନଙ୍କ କଷ୍ଟ ଭରା କାହାଣୀ ଉପରେ ଏହି ଚଳଚ୍ଚିତ୍ର ଆଧାରିତ। ଏହି ପୋଷ୍ଟର ମାଧ୍ୟମରେ ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍‍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ମୋଶନ ପୋଷ୍ଟରକୁ ବିଧୁ ବିନୋଦ ଚୋପ୍ରା ଫିଲ୍ମସ୍‍ର ନିଜସ୍ୱ ଇନ୍‍ଷ୍ଟାଗ୍ରାମ୍‍ ଆକାଉଣ୍ଟରେ ଶେୟାର କରାଯାଇଛି। ଏହା ସହିତ କ୍ୟାପ୍ସନରେ ଲେଖାହୋଇଛି, “୩୦ ବର୍ଷ ପରେ ଆମ କାହାଣୀ ବର୍ଣ୍ଣନା କରାଯିବ। ସବୁଠାରୁ ଖରାପ ସମୟର ଏକ ନିଆରା ପ୍ରେମ କାହାଣୀ”।
ଏହି ଚଳଚ୍ଚିତ୍ରର ଟ୍ରେଲର ଆସନ୍ତା ୭ ଜାନୁଆରୀରେ ରିଲିଜ୍‍ ହେବ। ଅନ୍ୟ ପକ୍ଷରେ ଗୋଟିଏ ମାସ ପରେ ୭ ଫେବୃଆରୀରେ ‘ଶିକାରା’ ପରଦାକୁ ଆସିବ।

Comments are closed.