କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ

ଭୁବନେଶ୍ୱର: ଗ୍ରାମାଚଂଳର ଉପେକ୍ଷୀତ ବର୍ଗର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଲାଗି ଟିପି ନର୍ଦ୍ଦନ୍‍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‍ ଲିମିଟେଡ୍‍ ପକ୍ଷରୁ ବାରିପଦା ସର୍କଲ୍‍ ଅଧୀନରେ ଉଦଳା, ବାରିପଦା ଓ ରାଇରଙ୍ଗପୁର ବିଦ୍ୟୁତ ଡିଭିଜନ୍‍ ଏବଂ କେନ୍ଦୁଝର ସର୍କଲ୍‍ ଅଧୀନରେ କେନ୍ଦୁଝର, ଆନନ୍ଦପୁର ଓ ଯୋଡ଼ା ଇଲେକ୍ଟ୍ରିକାଲ୍‍ ଡିଭିଜନ୍‍ର ୫୦୦ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଟର୍‍ ରିଡିଂ ବିଲିଂ ଓ କଲେକ୍ସନ୍‍ କାର୍ଯ୍ୟକଳାପ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।

ଏଥିରେ ମହିଳାମାନଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ସହିତ ସେମାନଙ୍କ ପାଇଁ ଜୀବନ ଜୀବିକା ସୁଯୋଗର ପ୍ରସାର କରିବା ଭଳି ଦ୍ୱେତ ଲକ୍ଷ୍ୟନେଇ ଟିପିଏନ୍‍ଓଡିଏଲ୍‍ ପକ୍ଷରୁ ଏହି ଅଧିବେଶନ ଜରିଆରେ ମିଟରିଂ, ବିଲିଂ ଓ କଲେକ୍ସନ୍‍ ବେଳେ ମହିଳା ଏସ୍‍ଏଚ୍‍ଜି ଗୁଡ଼ିକୁ ବ୍ୟବହାର ଓ ବୈଷୟିକ ବିଷୟ ଉପରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି ଫଳରେ ସେମାନେ ଆଗାମୀ ଦିନରେ ଏହି କାର୍ଯ୍ୟଗୁଡ଼ିକୁ ସୁଚାରୁ ରୂପେ ତୁଲାଇପାରିବେ। ପ୍ରାକ୍‍-ଚୁକ୍ତି ଆଲୋଚନାରେ ବିଭିନ୍ନ ଅଂଶୀଦାରମାନଙ୍କ ଦାୟିତ୍ୱ ଓ ମହିଳା ଏସ୍‍ଏଚଜିଙ୍କ ସହିତ ବୁଝାମଣା ପରେ ଗ୍ରହଣ କରାଯିବାକୁ ଥିବା ପ୍ରକ୍ରିୟା ଓ ମହିଳା ଏସ୍‍ଏଚ୍‍ଜି ଗୁଡ଼ିକ ସମ୍ପାଦନ କରୁଥିବା ଦୈନିକ କାର୍ଯ୍ୟକଳାପ ଆଦି ସାମିଲ ଥିଲା।

ଏହି ଅଭିଯାନ ସମ୍ପର୍କରେ ଟିପିଏନ୍‍ଓଡିଏଲ୍‍ ସିଇଓ ଭାସ୍କର ସରକାର କହିଛନ୍ତି ଯେ ଏକ ସାମାଜିକ ଦାୟିତ୍ୱବାନ ସଂସ୍ଥାଭାବେ ଆମର ବ୍ୟବସାୟ ମୂଲ୍ୟ ଶୃଙ୍ଖଳା ପ୍ରକ୍ରିୟା ଜରିଆରେ ଜୀବନ ଜୀବିକା ସୁଯୋଗ ପ୍ରଦାନ କରିବା, ମହିଳା ଏସ୍‍ଏଚ୍‍ଜିଗୁଡ଼ିକୁ ସଶକ୍ତ କରିବା ଓ ସହାୟତା ପ୍ରଦାନ କରିବା ଦିଗରେ ଆମେ ସର୍ବଦା ଉଦ୍ୟମ କରୁଛୁ।

Comments are closed.