ବ୍ଲକସ୍ତରୀୟ ସମନ୍ୱୟ ଋଣ ମେଳା : ସ୍ୱଂୟସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ବୀମାଭୁକ୍ତ କରିବା ପାଇଁ ଆଲୋଚନା

ବାଙ୍କୀ : ଡମପଡା ବ୍ଲକ ଓଡିଶା ଜୀବିକା ମିଶନ ପରିଚାଳନାରେ ବ୍ଲକ ସ୍ତରୀୟ ସମନ୍ୱୟ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଡମପଡା ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ବ୍ଲକ ପ୍ରକଳ୍ପ ପରିଚାଳକ ଅକ୍ଷୟ କୁମାର ଭଟ୍ଟଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡିଓ ଆର୍ତ୍ତବନ୍ଧୁ ଲେଙ୍କା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବରେ କଟକ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ରାଜେଶ କୁମାର ବେହେରା ଯୋଗଦେଇ ଗ୍ରାମାଞ୍ଚଳରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ସ୍ୱଳ୍ପମିଆଦି ଋଣ ଯୋଗାଣ ମାଧ୍ୟମରେ ସ୍ୱଂୟସହାୟକ ଗୋଷ୍ଠୀ ମାନଙ୍କର ଆର୍ଥିକ ବିକାଶ ସମ୍ଭବ ବୋଲି କହିଥିଲେ । ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର,ଏଫ୍.ଏଲ.ସି ସତ୍ୟନାରାୟଣ ରାଉତ,ବ୍ଲକ ମହାସଂଘ ସଭାପତି ଜୋସ୍ନାରାଣୀ ରାଉତ,ବି.ଏଲ.ସି ବିଭୂପ୍ରସାଦ ପାଢୀ,ମଞ୍ଜୁଳା ସାମଲ,ମାଳିନୀ ପ୍ରିୟଦର୍ଶିନୀ ଦେବୀ,ଧର୍ମରାଜ ଜେନା ଓ ବି.ପି.ଏ ସୁଜତା ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବ୍ଲକ ସ୍ତରୀୟ ସମନ୍ୱୟ ମେଳାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ସେବା ପ୍ରଦାନକାରୀ ୧୪ ଗୋଟି ବ୍ୟାଙ୍କର ପଦାଧିକାରୀ ମାନେ ଯୋଗଦେଇ ୮୫ଟି ସ୍ୱଂୟସହାୟକ ଗୋଷ୍ଠୀକୁ ୨କୋଟି ୪୧ଲକ୍ଷ ୫୦ ହଜାର ଟଙ୍କାର ଋଣ ମଞ୍ଜୁରୀ ପତ୍ର ବଣ୍ଟନ କରିଛନ୍ତି । ଡମପଡା ବ୍ଲକରେ କାର୍ଯ୍ୟରତ ସମସ୍ତ ସ୍ୱଂୟସହାୟକ ଗୋଷ୍ଠୀର ସଦସ୍ୟ ମାନେ କିଭଳି ଭାବରେ ବୀମାଭୁକ୍ତ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଛି। କାର୍ଯ୍ୟରତ ସମସ୍ତ ଏମ.ବି.କେ ଓ ସି.ଆର.ପି ମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.