ହାଇକୋର୍ଟରେ ଜାମିନ ଆବେଦନ କଲେ ଢେଙ୍କାନାଳ ଆଶ୍ରୟ ଗୃହ ଅଭିଯୁକ୍ତ ଫୟାଜ୍

0

କଟକ : ଢେଙ୍କାନାଳ ବେଲଟିକିରି ସେଲଟର ହୋମ ନିର୍ଯାତନା ଘଟଣାରେ ଗୁଡ୍ ନ୍ୟୁଜ ଇଣ୍ଡିଆର ମୁଖ୍ୟ ଫୟାଜ ରେହେମାନ ବୁଧବାର ଦିନ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ସେ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ଏହାସହ ଏହି ମାମଲାରେ ଜଡ଼ିତ ଅନ୍ୟ ୧୩ଜଣ ଅଭିଯୁକ୍ତଙ୍କର ଆଗୁଆ ଜାମିନ ଆବେଦନ କରିଛନ୍ତି।

ସେଲଟର ​ହୋମରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦେବା, ଚାଲାଣ ଓ ଧର୍ମାନ୍ତରୀକରଣ କରାଯାଉଥିବା ଅଭିଯୋଗରେ ଫୟାଜ ରେହେମାନଙ୍କୁ ଗିରଫ କରାଯାଇଥିଲା। ସେ ଏବେ ବି ଜେଲରେ ଅଛନ୍ତି। ପୂର୍ବରୁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଫୟାଜଙ୍କ ଜାମିନ୍ ଆବେଦନକୁ ଦୁଇ ଥର ଖାରଜ କରି ଦେଇଛନ୍ତି।

Leave A Reply