ରାଜ୍ୟର ସମସ୍ତ ବେଆଇନ ସେବାଶ୍ରମ ବନ୍ଦ ନିର୍ଦେଶ

0

ଭୁବନେଶ୍ବର: ରାଜ୍ୟରେ ଥିବା ସମସ୍ତ ବେଆଇନ ସେଲଟର ହୋମକୁ ବନ୍ଦ କରିବାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ନିର୍ଦେଶ ଦେଇଛନ୍ତି । ଢେଙ୍କାନାଳ ସଦର ବ୍ଲକ୍‍ ଅନ୍ତର୍ଗତ ବେଲଟିକିରି ଗାଁରେ ଗୁଡ୍‍ ନ୍ୟୁଜ୍‍ ଇଣ୍ଡିଆ ନାମକ ଏକ ଆଶ୍ରୟ ଗୃହ (ସେଲଟର ହୋମ୍‍)ର ଯୌନ ନିର୍ୟାତନା ମାମଲା ଜଣାପଡିବା ପରେ ମନ୍ତ୍ରୀ ଏହି ନିର୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗୁଡ୍‍ ନ୍ୟୁଜ୍‍ ଇଣ୍ଡିଆ ନାମକ ସେଲଟର ହୋମ୍‍ର କେଳେଙ୍କାରୀ ଚାଲିଥିବା ନେଇ ଦୁଇଜଣ ନାବାଳିକା ଅଭିଯୋଗ କରିଥିଲେ । ଅନୁଷ୍ଠାନର ମୁଖ୍ୟଙ୍କ ସହ ବିଦେଶୀମାନେ ସେଲଟର ହୋମ୍‍କୁ ଆସି ଅନ୍ତେବାସୀଙ୍କ ସହ ଅସଦାଚରଣ କରୁଥିଲେ ବୋଲି ନାବାଳିକା ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜିଲା ଶିଶୁ ମଙ୍ଗଳ କମିଟି, ଜିଲା ଶିଶୁ ସୁରକ୍ଷା ଶାଖା, ଚାଇଲ୍‍ଡ ଲାଇନ୍‍ ଏବଂ ଜିଲା ଆଇନ୍‍ ସେବା ପ୍ରାଧିକରଣ ପକ୍ଷରୁ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ଗତକାଲି ବିଳମ୍ବିତ ରାତିରେ ଅନୁଷ୍ଠାନର ପରିଚାଳକଙ୍କୁ ଗିରଫ କରାଯାଇଥିଲା । ଅନୁଷ୍ଠାନର ମୁଖ୍ୟ ଫୟାଜ ରେହମାନ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି ।

Leave A Reply