MEllora 950×100

ଏନସିପିରେ ସାମିଲ ହେବେ ଶଶି ଥରୁର ! ଶୀଘ୍ର ଛାଡ଼ିପାରନ୍ତି କଂଗ୍ରେସ

ତିରୁଅନନ୍ତପୁରମ୍‌: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଶୀଘ୍ର ଦଳ ଛାଡ଼ିପାରନ୍ତି। ଏହାକୁ ନେଇ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଯାଇଛି। ଖବର ମିଳିଛି ଯେ, ଶଶି ଥରୁର ଖୁବଶୀଘ୍ର ଏନସିପିରେ ଯୋଗ ଦେଇପାରନ୍ତି। ଏନସିପିର କେରଳ ଅଧ୍ୟକ୍ଷ ପିସି ଚାକୋ ଏନେଇ ଇସାରା ମଧ୍ୟ ଦେଇଛନ୍ତି।

କନ୍ନୁରରେ ସେ କହିଛନ୍ତି, ଯଦି କଂଗ୍ରେସ ସାଂସଦ ଶଶି ଥରୁର ଏନସିପିକୁ ଆସନ୍ତି ତେବେ ଆମେ ତାଙ୍କୁ ଉତ୍ସାହର ସହ ସ୍ୱାଗତ କରିବୁ। ଯଦି କଂଗ୍ରେସ ଦଳ ତାଙ୍କୁ ବହିଷ୍କାର କରେ, ତଥାପି ସେ ତିରୁଅନନ୍ତପୁରମ୍‌ ସାଂସଦ ରହିବେ। ପିସି ଚାକୋ କହିଛନ୍ତି, ଥରୁରଙ୍କୁ କଂଗ୍ରେସରେ ଅଣଦେଖା କରାଯାଉଥିବା ବିଷୟରେ ମୁଁ ଜାଣିନାହିଁ।

କଂଗ୍ରେସରେ ଅଧ୍ୟକ୍ଷ ପଦ ନିର୍ବାଚନ ପରେ ଶଶି ଥରୁରଙ୍କୁ ଦଳରେ ଅଣଦେଖା କରାଯାଉଥିବା ଅନୁମାନ କରାଯାଉଛି। ମଲ୍ଲିକାର୍ଜୁନ ଖଡ୍‌ଗେ ଅଧ୍ୟକ୍ଷ ହେବା ପରେ ଥରୁରଙ୍କୁ ବଡ଼ ଭୂମିକାରୁ ଦୂରେଇ ରଖାଯାଉଛି, ଯାହା ଥରୁରଙ୍କୁ କ୍ରୋଧିତ କରିଛି। ସୂଚନାଯୋଗ୍ୟ ଯେ, ଅଧ୍ୟକ୍ଷ ପଦ ପାଇଁ ଥରୁର ମଧ୍ୟ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ତେବେ ସେ ନିର୍ବାଚନରେ ଖଡ୍‌ଗେଙ୍କଠାରୁ ​​ବିପୁଳ ବ୍ୟବଧାନରେ ହାରିଯାଇଥିଲେ। ଏହାପରେ ତାଙ୍କୁ କଂଗ୍ରେସର ଉଚ୍ଚସ୍ତରୀୟ କମିଟିରେ ମଧ୍ୟ ସ୍ଥାନ ମିଳି ନଥିଲା।

ଇତି ମଧ୍ୟରେ ଶଶି ଥରୁର ଏନସିପିରେ ଯୋଗଦେବା ନେଇ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ପିସି ଚାକୋଙ୍କ ବିବୃତ୍ତି ପରେ ଥରୁର କହିଛନ୍ତି ଯେ, ମୁଁ ଏନସିପିକୁ ଯାଉନାହିଁ। ପିସି ଚାକୋଙ୍କ ସହିତ ଏ ବିଷୟରେ ମୋର କୌଣସି ଆଲୋଚନା ହୋଇନାହିଁ।

 

Comments are closed.