ଖସୁଛି ଭାରତୀୟ ଶେୟାର ବଜାର

ବେଙ୍ଗାଲୁର : ସାରା ବିଶ୍ବରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରି ନିଜର ଆଧିପତ୍ୟ ଜାହିର ରଖିଛି। ଭାରତ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଦେଶରେ ମଧ୍ୟ ଦିନକୁ ଦିନ କରେନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହା ଦେଶର ଅର୍ଥନୀତିକୁ ଦୋହଲାଇ ଦେଇଛି ଓ ଭାରତୀୟ ଶେୟାର‌ ବଜାର ଉପରେ ଗଭୀର ପ୍ରଭାବ ପକାଇଛି। ଫଳରେ ଉତ୍ସାହଜନକ ପ୍ରୋତ୍ସାହନ ଅଭାବରୁ ଭାରତୀୟ ଶେୟାର‌ ବଜାର ଖସୁଛି। ବେଙ୍କିଙ୍ଗ୍‌ ଏବଂ ଆଇଟି କ୍ଷେତ୍ର ଷ୍ଟକ୍‌ ନିୟମିତ ହ୍ରାସ ପାଉଛି। ଭାରତ ପକ୍ଷରୁ ଛୋଟ ବ୍ୟବସାୟୀ, ବ୍ୟାଙ୍କ ଏବଂ ପାୱାର କମ୍ପାନୀ ପାଇଁ ୬୦ବିଲିୟନ୍‌ ଡଲାର ଋଣ ଗ୍ୟାରେଣ୍ଟି ଘୋଷଣା କରାଯାଇଥିଲେ ମଧ୍ୟ ତାହା ଉପଯୋଗୀ ସାବ୍ୟସ୍ତ ହୋଇପାରୁ ନାହିଁ। ଏସବୁ କ୍ଷେତ୍ରକୁ ସୁଦୃଢ଼ କରିବାପାଇଁ ୨୬୬ ବିଲିୟନ୍‌ ଡଲାର ଅର୍ଥରାଶି ଘୋଷଣା କରାଯାଇଥିବାବେଳେ ତାହାର ତତ୍କାଳ ପ୍ରଭାବ ବଜାର ଉପରେ ପଡୁନାହିଁ। ଏହି ଯୋଜନା ଅନେକଙ୍କ ପାଇଁ ନୂତନ ଆଶା ସୃଷ୍ଟି କରିଛି କିନ୍ତୁ ଏବେ ଅର୍ଥନୀତିର ଅଭିବୃଦ୍ଧି ବିକାଶରେ ସହାୟକ ହୋଇପାରୁନାହିଁ ବୋଲି ମୁମ୍ବଇ ଆଇଡିବିଆଇ କ୍ୟାପିଟାଲ୍‌ ଗବେଷଣା ମୁଖ୍ୟ ଏ.କେ.ପ୍ରଭାକର କହିଛନ୍ତି। ଗରିବ ଲୋକଙ୍କ ପାଖକୁ ସିଧାସଳଖ ଟଙ୍କା ପଠାଯିବା ପରେ ଆର୍ଥିକସ୍ଥିତିରେ ପରିବର୍ତ୍ତନ ଆଣିପାରିବ ଏବଂ ଏହା ଲୋକଙ୍କ ପାଇଁ ଉତ୍ସାହଜନକ ସାବ୍ୟସ୍ତ ହେବ। ତେବେ ଆର୍ଥିକସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ୍‌ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ସେ କହିଛନ୍ତି।

Comments are closed.