ଶାନ୍ତନୁ ଦାଶ ମୃତ୍ୟୁ ମାମଲାରେ ବଡଭାଇ ଗିରଫ

ଗୁରୁଡିଝାଟିଆ: ମଞ୍ଚେଶ୍ୱର ଗ୍ରାମର ଶାନ୍ତନୁ ଦାସ ମୃତ୍ୟୁ ମାମଲାରେ ବଡଭାଇ ସାଗର ରଞ୍ଜନ ଦାଶକୁ ଗୁରୁଡିଝାଟିଆ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।

ପ୍ରକାଶଯୋଗ୍ୟ, ଶାନ୍ତନୁ ପରିବାରର ବିରୋଧ ସତ୍ତେ୍ୱ ଜନୈକ ଯୁବତୀକୁ ପ୍ରେମ ବିବାହ ପାଇଁ ଚୁଡାନ୍ତ ପ୍ରସ୍ତୁତି ସରିଥିଲା। ଦିନକ ପରେ ବିବାହ ହୋଇଥାନ୍ତା। କିନ୍ତୁ ଘରେ ତାର ମୃତ୍ୟୁ ଘଟିଥିଲା। ଏହି ମୃତ୍ୟୁ ପାଇଁ ଶାନ୍ତନୁର ଭାବି ପତ୍ନୀ ଗୁରୁଡିଝାଟିଆ ଥାନାରେ ଲିଖିତ ଅଭିଯୋଗ କରିଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ସାଗର ରଞ୍ଜନ ଦାଶକୁ ଗିରଫ କରି କୋର୍ଟ ଚାଲାଣ କରିଛି। ନିଜ ସାନଭାଇର ମୃତ୍ୟୁ ପାଇଁ ବାଧ୍ୟ କରାଇବା ଓ ପ୍ରରୋଚିତ କରିବା ନେଇ ୩୦୬ ଧାରାରେ ଏକ ମୋକଦ୍ଦମା ରୁଜୁ ହୋଇଛି।

Comments are closed.