ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ : ଶଙ୍କରାଚାର୍ଯ୍ୟ

ପୁରୀ : ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ଦେଶର ହିତପାଇଁ କିଛି ପଦକ୍ଷେପ ନେବା ପୂର୍ବରୁ ବିଚାରବିମର୍ଶ କରିବା ଉଚିତ୍ ବୋଲି ସେ କହିଛନ୍ତି। ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ କରିବା ପୂର୍ବରୁ ଏନେଇ ସଠିକ୍ ବିଚାରବିମର୍ଶ କରିଥିଲେ ଏଭଳି ହିଂସା ହୋଇନଥାନ୍ତା ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ଏହାସହିତ ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରିବାକୁ ସେ କହିଛନ୍ତି।
ସେ କହିଛନ୍ତି, ବିଶ୍ବରେ ଅନେକ ଖ୍ରୀଷ୍ଟିଆନ ଓ ମୁସଲିମ ରାଷ୍ଟ୍ର ରହିଛି । ଅନେକ ଦେଶରେ ହିନ୍ଦୁମାନେ ବସବାସ କରୁଥିଲେ ମଧ୍ୟ ନିଦ୍ଧିଷ୍ଟ ହିନ୍ଦୁ ରାଷ୍ଟ୍ର ନାହିଁ। ତେଣୁ ଜାତିସଂଘ ପକ୍ଷରୁ ଭାରତ, ନେପାଳ ଓ ଭୁଟାନକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରିବାକୁ ସେ ଦାବି କରିଛନ୍ତି। ଏହାସହିତ ବିଭିନ୍ନ ଦେଶରେ ଉତ୍ପୀଡ଼ନର ଶିକାର ହେଉଥିବା ହିନ୍ଦୁମାନଙ୍କୁ ଏହି ତିନି ରାଷ୍ଟ୍ରରେ ଥଇଥାନ କରାଯାଉ। ଜାତିସଂଘରେ ଏନେଇ ସ୍ବତନ୍ତ୍ର ନ୍ୟାୟାଳୟ ପ୍ରତିଷ୍ଠା କରିବା ପାଇଁ ଶଙ୍କରାଚାର୍ଯ୍ୟ କହିଛନ୍ତି।

Comments are closed.