ଶ୍ରୀମନ୍ଦିର ପରିଚାଳନା ଦାୟିତ୍ଵ ଶଙ୍କରାଚାର୍ଯ୍ୟ ନେବା କଥା: ଶଙ୍କରାଚାର୍ଯ୍ୟ

ପୁରୀ: ଶ୍ରୀମନ୍ଦିରର ପରିଚାଳନା ଦାୟିତ୍ଵ ଶଙ୍କରାଚାର୍ଯ୍ୟ ନେବା କଥା। ଏଭଳି ମତ ରଖିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି କରି ଶ୍ରୀମନ୍ଦିର ଦାୟିତ୍ଵ ଶଙ୍କରାଚାର୍ଯ୍ୟ ନେବେ କି ବୋଲି ପଚାରିଥିଲେ। ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶଙ୍କରାଚାର୍ଯ୍ୟ କହିଛନ୍ତି, ୨୫୦୩ ବର୍ଷ ପୂର୍ବେ ଆଦି ଶଙ୍କରାଚାର୍ଯ୍ୟ ଜଗନ୍ନାଥଙ୍କୁ ପୁନଃ ପ୍ରତିଷ୍ଠା କରିଥିଲେ। ତେଣୁ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ଵ ଶଙ୍କରାଚାର୍ଯ୍ୟ ନେବା କଥା। ଏ ନେଇ ଖୁବ୍‌ଶୀଘ୍ର ସୁପ୍ରିମକୋର୍ଟରେ ସେ ପକ୍ଷ ରଖିବେ। ଶ୍ରୀମନ୍ଦିରର କିଛି ସମ୍ବିଧାନ ନାହିଁ। ଟେମ୍ପୁଲ ଆକ୍ଟ ଅନ୍ଧ ପରମ୍ପରାରେ ଚାଲିଛି। ଶ୍ରୀମନ୍ଦିର ପରିଚାଳନା ପାଇଁ ନୂଆ ସମ୍ବିଧାନ ହେବ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

Comments are closed.