ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦ୍ବାରା ଶନି ମନ୍ଦିର ରତ୍ନମୁଦ ସ୍ଥାପନ

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ର ଘିଚାମୁରା ପଞ୍ଚାୟତ ଅନ୍ତର୍ଗତ ବିଶଡିହି ଗ୍ରାମରେ ନିର୍ମାଣ ହେଉଥିବା ଶନି ମହାଗ୍ରହ ମନ୍ଦିରର ରତ୍ନମୁଦ ସ୍ଥାପନ ଉତ୍ସବରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରତ୍ନମୁଦ ସ୍ଥାପନର ଶୁଭାରମ୍ଭ କରିଥିଲେ । ସୁରେନ୍ଦ୍ର ରୋହିଦାସଙ୍କ ଦ୍ବାରା ନିର୍ମିତ ହେଉଥିବା ଏହି ମନ୍ଦିରର ରତ୍ନମୁଦ ସ୍ଥାପନ ଉତ୍ସବ ରେ ସୁଶାନ୍ତ ପାଣିଗ୍ରାହୀ କର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ ଏବଂ ଯଦୁମଣି ପାଣିଗ୍ରାହୀ ପୂଜକ ଦାୟିତ୍ୱ ତୁଲାଇ ଥିଲେ । ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ରେଙ୍ଗାଲି ବ୍ଳକ୍ର ଉପାଧ୍ୟକ୍ଷ ସତ୍ୟ ନାରାୟଣ ଅଗ୍ରବାଲା, ମୋତିଲାଲ ତନ୍ତି, ଅଶୋକ ଯାଦବ, ମହେନ୍ଦ୍ର ଓରାମ ବମାଲୋଇ ସରପଞ୍ଚ ଶେଷଦେବ ପ୍ରଧାନ, ପୂର୍ଣଚନ୍ଦ୍ର ନାଥ ପ୍ରମୁଖ ଉପସ୍ଥିତ ଥିଲେ । ବହୁସଂଖ୍ୟକ ଶ୍ରଦ୍ଧାଳୁ ଉତ୍ସବରେ ଯୋଗ ଦେଇଥିଲେ ।

Comments are closed.