ଶନି ଦେବଙ୍କ ଜୟନ୍ତୀ ପାଳିତ

ବ୍ରଜରାଜନଗର: ଝାରସୁଗୁଡା ଜିଲା ରାଜପୁର ପଞ୍ଚାୟତର ରାଣୀବନ୍ଧଠାରେ ମହାରାଷ୍ଟ୍ରର ପ୍ରସିଦ୍ଧ ଶନି ସିଗ୍ନାପୁର ପରି ଏକ ଶନି ମନ୍ଦିର ରହିଛି। ପ୍ରାୟ ସମସ୍ତ ଶନି ମନ୍ଦିରରେ ଶନି ଦେଵଙ୍କର ବିଗ୍ରହ ପୂଜା ପାଉଥିବା ବେଳେ ଏହି ମନ୍ଦିରର ବିଶେଷତ୍ୱ ହେଉଛି ଶନି ସିଗ୍ନାପୁର ପରି ଏଠାରେ ମଧ୍ୟ ଶିଳା ବିଗ୍ରହଙ୍କୁ ପୂଜା କରାଯାଉଛି। ଆଜି ଏହି ମନ୍ଦିରରେ ଶନି ଦେବଙ୍କର ଜୟନ୍ତୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।

ରାଜ ପୁରୋହିତ ପ୍ରଦୀପ ପାଟଯୋଶୀଙ୍କ ତତ୍ୱବାଧାନରେ ପଣ୍ଡିତ ବାସୁଦେବ ଦାଶ, ମୋତିଲାଲ ମିଶ୍ର ଶନି ଦେଵଙ୍କ ଶିଳା ବିଗ୍ରହଙ୍କୁ ସକାଳ ୬ଟା ରେ ମହାଭିଷେକ, ନୈବୈଦ୍ୟ ପୂଜା, ୯ଟାରେ ପୂଜାର୍ଚନା, ୧୧ଟା ରେ ପୂର୍ଣ୍ଣାହୁତି ପୂଜା କରିଥିଲେ। ସନ୍ଧ୍ୟାରେ ଆଳତି ଓ ବିସର୍ଜନ ପୂଜା ଅନୁଷ୍ଠିତ ହୋଇଥିଲା। ଓମ ପ୍ରକାଶ ହୋତା ଓ ସୁଜାତା ହୋତା କର୍ତାର ଦାୟିତ୍ୱ ନିର୍ବାହ କରିଥିଲେ। ଏହି ଅବସରରେ ମନ୍ଦିର ପରିସରରେ ପୂଜା ପାଉଥିବା ହନୁମାନ, ରାହୁ ଓ କେତୁଙ୍କୁ ମଧ୍ୟ ପୂଜାର୍ଚନା କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଶନି ଦେବଙ୍କ ଅପାର ମହିମା ଥିବାରୁ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ ଲାଗି ରହିଥିଲା। ବର୍ଷାକୁ ଖାତିର ନ କରି  ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ମାତ୍ରାରେ ଭକ୍ତ ମାନେ ଆସି ଏହି ଜୟନ୍ତୀ ସମାରୋହରେ ଯୋଗଦେଇ ଶନି ଦେବଙ୍କ ଦର୍ଶନ ଲାଭ କରିଥିଲେ। ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ପ୍ରମୋଦ ସାଏ, ରମେଶ ପ୍ରଧାନ, ନିରାକାର ମେହେର, କ୍ଷୀରୋଦ ମେହେର, ନକୁଳ ରାଏ, ସଂଯୁକ୍ତା ହୋତା, ଶରତ ବାରିକ, ବିପିନ ପାଲ, ସୁବାଷ ପ୍ରଧାନ, ଆକାଶ ଦାଶ, ଶଙ୍କର ବାଗ, ବରୁଣ ସା, ଦୟାମୟ ମେହେର, ଆନନ୍ଦ ତୁରୀ, ସରୋଜ ସା ପ୍ରମୁଖ ପୂଜାର୍ଚନା ଓ ଜୟନ୍ତୀ ସମରୋହକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

Comments are closed.