ସୋମବାର ଶନି ଜୟନ୍ତୀ ; ଶନିଦେବଙ୍କ ପ୍ରସନ୍ନ ପାଇଁ କରନ୍ତୁ ଏହି ଉପାୟ

ଜୁନ୍ ୩ ତାରିଖ ସୋମବାର ହେଉଛି ଶନି ଜୟନ୍ତୀ । ଜ୍ୟେଷ୍ଠ ମାସ ଅମାବସ୍ୟା ତିଥିରେ ଶନିଦେବଙ୍କ ଜନ୍ମ । ଶନି ଜୟନ୍ତୀ ଦିନ ସୋମବତୀ ଅମାବସ୍ୟା ଓ ସାବିତ୍ରୀ ବ୍ରତ ଥିବାରୁ ଏହାର ମହତ୍ତ୍ବ ଅଧିକ ରହିଥାଏ । ଶନି ଜୟନ୍ତୀ ଦିନ ଶନିଦେବଙ୍କ ପୂଜା ଆରାଧନା ଦ୍ବାରା ଶନି ମହାଦଶା ଦୂର ହୋଇଥାଏ । ଶନି ଜୟନ୍ତୀ ଓ ସୋମବତୀ ଅମାବସ୍ୟାର ଏହି ମହାସଂଯୋଗରେ ଶନିଦେବଙ୍କୁ ପ୍ରସନ୍ନ କରିବା ଦ୍ବାରା ଅନେକ ଲାଭ ମିଳିଥାଏ । ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶାସ୍ତ୍ରରେ ବିଭିନ୍ନ ଉପାୟ ରହିଛି ।

ଏହି ଦିନ ଶନି ମନ୍ଦିର ଯାଇ ଶନିଦେବତାଙ୍କୁ ସୋରିଷ ତେଲ ଚଢାନ୍ତୁ ।

ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ କଳା ପୋଷାକ, କଳା ଡାଲି (ମୁଗ ଓ ବିରି) ଏବଂ କଳା ରାଶି ଦାନ କରନ୍ତୁ ।

ନୀଳ ରଙ୍ଗର ଫୁଲ ଶନିଦେବତା ପ୍ରିୟ । ତେଣୁ ଏହି ଦିନ ନୀଳ ରଙ୍ଗର ଫୁଲ ଶନି ଦେବତାଙ୍କୁ ନିଶ୍ଚୟ ଅର୍ପଣ କରନ୍ତୁ ।

ଶନିଦଶା ଦୂର କରିବା ପାଇଁ ଶନି ମନ୍ଦିରରେ ଶନିଦେବତାଙ୍କ ପ୍ରତିମା ନିକଟରେ ବସି ଶନି ସ୍ତୋତ୍ର ପାଠ କରନ୍ତୁ ।

ଶନି ଜୟନ୍ତୀ ଦିନ ଅଶ୍ବତ୍ଥ ବୃକ୍ଷ ତଳେ ଦୀପ ଜଳାଇବା ଦ୍ବାରା ଶନି କୃପା ଲାଭ ହୋଇଥାଏ ।

 

Comments are closed.