ପୁଣିଥରେ ପରଦାକୁ ଫେରିବ ‘ଶକ୍ତିମାନ’!

ମୁମ୍ବଇ : ୯୦ ଦଶକର ପ୍ରତ୍ୟେକ ପିଲାଙ୍କ ପ୍ରିୟ ଧାରାବାହିକ ‘ଶକ୍ତିମାନ’ ପୁଣିଥରେ ଖୁବଶୀଘ୍ର ଟିଭି ପରଦାକୁ ଫେରିବାକୁ ଯାଉଛି। ଧାରାବାହିକର ମୁଖ୍ୟ ଅଭିନେତା ମୁକେଶ ଖାନ୍ନା ଏହି ଘୋଷଣା କରିଛନ୍ତି। ଆଜି(୨୩ ଜୁନ୍‍) ମୁକେଶଙ୍କ ଜନ୍ମଦିନ। ଏହି ଅବସରରେ ଆସନ୍ତୁ ଜାଣିବ ସତରେ କ’ଣ ‘ଶକ୍ତିମାନ’ ପୁଣିଥରେ ଫେରିବ –

ଏକ ସାକ୍ଷାତକାରରେ ମୁକେଶ କହିଥିଲେ, “ଆମେ ‘ଶକ୍ତିମାନ’କୁ ପୁଣିଥରେ ପରଦାକୁ ଆଣିବାର ପ୍ରସ୍ତୁତି କରୁଛୁ। ସେ ପୁଣି କହିଥିଲେ, “ମୁଁ ତିନି ବର୍ଷ ଧରି ଏହା ଉପରେ କାମ କରୁଛି। ଏବେ ଆମ କାମ ଭଲ ସ୍ଥିତିରେ ମଧ୍ୟ ପହଞ୍ଚିଛି। ଖୁବଶୀଘ୍ର ଦର୍ଶକ ଏହି ଧାରାବାହିକକୁ ପୁଣିଥରେ ଦେଖିବାକୁ ପାଇବେ। ମାତ୍ର ଏବେ ପ୍ରଶ୍ନ ଉଠୁଛି ଯେ, ଶକ୍ତିମାନ କିଏ ହେବ”।

Comments are closed.