ନୂଆ ଆରବିଆଇ ଗଭର୍ଣ୍ଣର ଦୁର୍ନୀତିଗ୍ରସ୍ତ: ସୁବ୍ରମଣ୍ୟମ ସ୍ୱାମୀ

0

ନୂଆଦିଲ୍ଲୀ : ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ନବନିଯୁକ୍ତ ଗଭର୍ଣ୍ଣରଙ୍କ ଉପରେ ଗୁରୁତର ଅଭିଯୋଗ ଲଗାଇଛନ୍ତି। ନୂଆ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ସେ ପୂର୍ବରୁ ଦୁର୍ନୀତିରେ ଲିପ୍ତ ରହିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସ୍ୱାମୀ କହିଛନ୍ତି ଯେ ଦାସଙ୍କୁ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତି ଦେବା ଏକ ଭୁଲ ନିଷ୍ପତ୍ତି। ଶକ୍ତିକାନ୍ତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦମ୍ବରମଙ୍କ ସହ ଦୁର୍ନୀତିରେ ଲିପ୍ତ ରହିଥିଲେ। ଏପରିକି କୋର୍ଟରେ ଚିଦମ୍ବରମଙ୍କୁ ଦୁର୍ନୀତି ମାମଲାରୁ ବଞ୍ଚାଇବାକୁ ସେ ଚେଷ୍ଟା କରିସାରିଛନ୍ତି। କାହିଁକି ଏପରି ନିଷ୍ପତ୍ତି ନିଆଗଲା ତାହା ମୋତେ ଜଣାନାହିଁ। ନୂଆ ଆରବିଆଇ ଗଭର୍ଣ୍ଣର ନିଯୁକ୍ତିକୁ ବିରୋଧ କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଥିବା ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସାମବାର ଉର୍ଜିତ ପଟେଲ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ। ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା ଦର୍ଶାଇଥିଲେ। ତାଙ୍କ ସ୍ଥାନରେ ମଙ୍ଗଳବାର ଶକ୍ତିକାନ୍ତ ଦାସଙ୍କୁ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଛି। ସେ ପଞ୍ଚଦଶ ଅର୍ଥ ଆୟୋଗର ସଦସ୍ୟ ଅଛନ୍ତି। ଆରବିଆଇ ଗଭର୍ଣ୍ଣର ପଦରେ ସେ ୩ ବର୍ଷ ପାଇଁ ରହିବେ। ଶକ୍ତିକାନ୍ତ ହେଉଛନ୍ତି ୧୯୮୦ ବ୍ୟାଚ୍‍ ତାମିଲନାଡୁ କ୍ୟାଡର୍‍ର ଆଇଏଏସ୍‍ ଅଧିକାରୀ।
ଶକ୍ତିକାନ୍ତ ବୁଧବାର ଆରବିଆଇ ଗଭର୍ଣ୍ଣର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

Leave A Reply