ସାକିବ୍‌ ବାଂଲାଦେଶ ଟ୍ବେଣ୍ଟି୨୦ ଦଳର ଅଧିନାୟକ

ଢାକା: ଅଭିଜ୍ଞ ଅଲ୍‌ରାଉଣ୍ଡର ସାକିବ୍‌ ଉଲ୍‌ ହାସନ ବାଂଲାଦେଶ ଟ୍ବେଣ୍ଟି୨୦ କ୍ରିକେଟ ଦଳର ନୂତନ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ସାକିବ୍‌ଙ୍କୁ ଆଗାମୀ ଏସିଆ କପ୍‌ ଓ ଟ୍ବେଣ୍ଟି୨୦ ବିଶ୍ବକପ ପର୍ଯ୍ୟନ୍ତ ବାଂଲାଦେଶ କ୍ରିକେଟ ବୋର୍ଡ ପକ୍ଷରୁ ଅଧିନାୟକ ନିଯୁକ୍ତ କରାଯାଇଛି। ପୂର୍ବରୁ ବାଂଲାଦେଶ ଟ୍ବେଣ୍ଟି୨୦ ଦଳର ଅଧିନାୟକ ଭାବେ ନୁରୁଲ ହୁସେନ ଦାୟିତ୍ବ ତୁଲାଉଥିଲେ। ମହମ୍ମଦୁଲ୍ଲାଙ୍କ ସ୍ଥାନରେ ନୁରୁଲ ଅଧିନାୟକ ରହିଥିଲେ। ଜିମ୍ବାୱେ ଗସ୍ତରେ ନୁରୁଲ ଅଧିନାୟକ ରହିଥିବାବେଳେ ତାଙ୍କ ହାତରେ ଆଘାତ ଲାଗିଥିଲା। ଫଳରେ ନୁରୁଲଙ୍କ ସ୍ଥାନରେ ମାସାଡାକ୍‌ ହୁସେନଙ୍କୁ ଜିମ୍ବାୱେ ଗସ୍ତରେ ଅଧିନାୟକ ନିଯୁକ୍ତ କରାଯାଇଥିଲା। ଟ୍ବେଣ୍ଟି୨୦ ଶୃଙ୍ଖଳାରେ ବାଂଲାଦେଶ ୧-୨ରେ ପରାଜିତ ହୋଇଥିଲା।

ବିସିବି ପକ୍ଷରୁ ଏସିଆ କପ୍‌ ଲାଗି ୧୭ଜଣିଆ ଦଳ ଘୋଷଣା କରାଯାଇଛି। ଦଳରେ ମୁସଫିକ୍ୟୁର ରହିମ, ସବିର ରେହମାନ, ଇବାଦତ୍ ହୁସେନ, ମହମ୍ମଦ ସୈଫଉଦ୍ଦିନ, ମୁନିମ ସାହାରିୟର, ନାଜମୁଲ ହୁସେନ ଓ ସୈରିଫୁଲ ଇସଲାମ ପ୍ରମୁଖଙ୍କୁ ସ୍ଥାନ ମିଳିଛି।
ବାଂଲାଦେଶ ଦଳ: ସାକିବ୍ ଉଲ୍‌ ହାସନ (ଅଧିନାୟକ), ଆନାମୁଲ ହକ୍‌, ମୁସଫିକ୍ୟୁର ରହିମ, ଆସିଫ ହୋସେନ, ମାସାଡାକ୍ ହୁସେନ, ମହମ୍ମଦୁଲ୍ଲା, ମେହେଦି ହାସନ, ମହମ୍ମଦ ସୈଫଉଦ୍ଦିନ, ହାସନ ମୋହମୁଦ୍‌, ମୁସ୍ତାଫିଜୁର ରହିମ, ନାସୁମ ଅହମ୍ମଦ, ସବିର​‌ ରେହେମାନ, ମେହେଦି ହାସନ ମିର୍ଜା, ଇବାଦତ ହୁସେନ, ପରଭେଜ ହୁସେନ ଇମୋନ, ନୁରୁଲ ହାସନ ସୋହାନ, ତସ୍କିନ ଅହମ୍ମଦ।

Comments are closed.